ବଲାଙ୍ଗୀର: ବଲାଙ୍ଗୀରର ବିଶିଷ୍ଟ ସଂଗୀତଜ୍ଞ ଓ ଚିତ୍ରଶିଳ୍ପୀ ଦିଲୀପ ସିଂହଦେଓଙ୍କ ପୁଅ ଅଜୟ ଅମର ସିଂହଦେଓ ସୋନି ଟିଭି ଦ୍ବାରା ପ୍ରସାରିତ ରିୟଲିଟି ସୋ’ଇଣ୍ଡିଆନ ଆଇଡଲ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅଜୟ ଏହି ରିୟଲିଟି ସୋ’ରେ ଗୀତ ଗାଇବା ସହିତ ଭାଓଲିନ ବଜାଇ ଦର୍ଶକ ଓ ବିଚାରକମାନଙ୍କୁ ମୁଗ୍ଧ କରିଥିଲେ। ଏହି ସୋ’ରେ ବିଚାରକ ଭାବେ ପ୍ରଚ୍ଛଦପଟ ଗାୟକ କୁମାର ସାନୁ, ଶ୍ରେୟା ଘୋଷାଲ ଓ ବିଶାଲ ଦଦଲାନୀ ପ୍ରମୁଖ ଅଜୟଙ୍କ ଗାଇବା ଶୈଳୀକୁ ପ୍ରଶଂସା କରି ତାଙ୍କୁ ସ୍ବର୍ଣ୍ଣପତ୍ର ପ୍ରଦାନ କରିଥିଲେ।
/sambad/media/post_attachments/wp-content/uploads/2023/10/89115866-1d33-4dfb-bf50-f26fcd3923fc-628x1024.jpeg)
ଏହା ପୂର୍ବରୁ ଅଜୟ ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତା, ଜି ସାର୍ଥକରେ ସାରେଗାମାପା ସ୍ବରର ମହାମଞ୍ଚ, ଓଡ଼ିଶା ୨୦୨୨-୨୩ରେ ବିଜେତା ହୋଇ ପଶ୍ଚିମ ଓଡ଼ିଶା ତଥା ବଲାଙ୍ଗୀର ଜିଲ୍ଲାର ମାନ ବୃଦ୍ଧିରେ ସହାୟକ ହୋଇଥିଲେ। ଏହାଛଡ଼ା ସେ ଅନେକ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ବଲାଙ୍ଗୀର ସରସ୍ବତୀ ଶିଶୁ ମନ୍ଦିରରେ ସ୍କୁଲ ପାଠପଢ଼ା, ରାଜେନ୍ଦ୍ର କଲେଜରେ ଯୁକ୍ତଦୁଇ ପରେ ସେ ଏବେ ବାରାଣସୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ପରଫର୍ମିଂ ଆର୍ଟ (ଭାଓଲିନ)ରେ ସ୍ନାତକୋତ୍ତର ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/f8d96a66-0b2c-4aac-a020-180818bc89d7.jpeg)