ବଲାଙ୍ଗୀର: ପବିତ୍ର ଅକ୍ଷୟ ତୃତୀୟରେ ଆଖିମୁଠି ଅନୁକୂଳ କରିଛି ଚାଷୀ। ବଲାଙ୍ଗୀରଠାରେ ଜିଲ୍ଲା ଅଘରିଆ ସମାଜ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଜାକଜମକରେ ଅକ୍ଷୟ ତୃତୀୟା ପାଳିତ ହେଉଛି। ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ସହିତ ଜମିରେ ବିହନ ପକାଇଛି ଚାଷୀ। ଆଜିଠୁ ଆରମ୍ଭ ହୋଇଛି ଚାଷୀର ଚାଷ କାମ।

Advertisment

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା କୃଷି ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଆଖି ମୁଠି ଶୁଭାରମ୍ଭ କରିଥିଲେ। କ୍ଷେତରେ ଧାନ ବୁଣି ହଳ  କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଓ କୃଷି ଅଧିକାରୀ। ଚଳିତ ବର୍ଷ କିପରି ଚାଷୀମାନେ ଠିକ୍ ସମୟରେ ସାର ଓ ବିହନ ପାଇବେ ସେଥିପାଇଁ ପଦକ୍ଷେପ ନିଆଯାଇଛି ବୋଲି କୃଷି ଅଧିକାରୀ କହିଥିଲେ।