ଦେଓଗାଁ: ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀରଜିଲ୍ଲା ଦେଓଗାଁ ରାସ୍ତାର ନିକଟସ୍ଥ ଚିନିକଳ ନିକଟରେ ଆଜି ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକିଛି।
-ବଲାଙ୍ଗୀର: ଦେଓଗାଁ ରାସ୍ତା ଉପରେ ପଡ଼ିଲା ଗଛ, ଅଟକିଲା ଆମ୍ବୁଲାନ୍ସ
— Sambad (ସମ୍ବାଦ) (@sambad_odisha) September 24, 2025
-ଦେଓଗାଁ ଚିନିକଳ ନିକଟରେ ଥିବା ଏକ ବିରାଟ ତେନ୍ତୁଳି ଗଛ ପଡିଯିବାରୁ ଯିବା ଆସିବା ଠପ୍
-ରାସ୍ତା ଉପରେ ଅଟକି ରହିଛି ଶହ ଶହ ଗାଡ଼ି
-ପଡିଥିବା ଗଛକୁ ହଟାଇବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି#Balangir#Odisha#Sambadpic.twitter.com/bKdNGHu4Cq
ସୂଚନା ଅନୁସାରେ ଦେଓଗାଁ ରାସ୍ତାର ନିକଟସ୍ଥ ଚିନିକଳ ନିକଟରେ ଥିବା ଏକ ବିଶାଳ ତେନ୍ତୁଳି ଗଛ ଆଜି ସନ୍ଧ୍ୟାରେ ଉପୁଡ଼ି ପଡ଼ିଥିଲା। ଏହି ଗଛଟି ଉପୁଡ଼ିବା ଫଳରେ ଜାତୀୟ ରାଜପଥ ଅବରୋଧ ହୋଇଥିଲା। ରାସ୍ତା ଉପରେ ବିଶାଳ ଗଛ ପଡ଼ିଯିବା ଫଳରେ ଶତାଧିକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ବଲାଙ୍ଗୀରରୁ ଆନ୍ଧ୍ରପ୍ରଦେଶ ଫେରୁଥିବା ଏକ ଆମ୍ବୁଲାନ୍ସଙ୍କୁ ମଧ୍ୟ ଅଟକିବାକୁ ପଡ଼ିଥିଲା। ଅବରୋଧ ହଟାଇବା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି।