ବେଲପଡା: ଜୀବନ ସହ ସଂଗ୍ରାମ କରୁଥିବା ସମୟରେ ଅଧବାଟରେ ରହିଗଲା ଆମ୍ବୁଲାନ୍ସ। ବଲାଙ୍ଗୀରଜିଲ୍ଲା ବେଲପଡ଼ା ଅଞ୍ଚଳର ଭୀଷ୍ମ ବୁଡ଼େକ ଆଜି ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲେ। ତାଙ୍କୁ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବଲାଙ୍ଗୀର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ୧ ଘଣ୍ଟା ଅପେକ୍ଷା ପରେ ଆମ୍ବୁଲାନ୍ସ ଆସି ତାଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ବେଲପଡ଼ାରୁ ଅଧ କିଲୋମିଟର ଯାଇ ଆମ୍ବୁଲାନ୍ସ ଖରାପ ହେଇଗଲା। ବହୁତ ସମୟ ଅପେକ୍ଷା କଲାପରେ ମଧ୍ୟ୍ୟ କୌଣସି ଆମ୍ବୁଲାନ୍ସ ନ ଆସିବାରୁ ତାଙ୍କୁ ଏକ ଘରୋଇ ଗାଡ଼ି ଯୋଗେ ବଲାଙ୍ଗୀର ନିଆଯାଇଥିଲା। 

Advertisment

ବେଲପଡ଼ା ଅଞ୍ଚଳର ଭୀଷ୍ମ ବୁଡ଼େକଙ୍କ ଆଜି ମଣ୍ଡଳ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଲୋକେ ତାଙ୍କୁ ତୁରନ୍ତ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ପରିବାରବର୍ଗ ଓ ସମାଜସେବୀ ଜିତୁ ନାୟକଙ୍କ କହିବା ଅନୁଯାୟୀ ଏକ ଘଣ୍ଟା ପରେ ଆମ୍ବୁଲାନ୍ସ ଆସିଥିଲା।

ଆମ୍ବୁଲାନ୍ସରେ ରୋଗୀଙ୍କୁ ନେଲା ପରେ ବେଲପଡ଼ାରୁ ଅଧ କିଲୋମିଟର ଦୂରରେ ଥିବା ଭରୁଆମୁଣ୍ଡାରେ ଆମ୍ବୁଲାନ୍ସ ଖରାପ ହେଇଯାଇଥିଲା। ଅଫିସକୁ ବାରମ୍ବାର ଫୋନ୍ କଲା ପରେ ମଧ୍ୟ୍ୟ ଅନ୍ୟ କୌଣସି ଆମ୍ବୁଲାନ୍ସ ଆସି ନ ଥିଲା। ରୋଗୀର ସ୍ୱାସ୍ଥ୍ୟ ଧୀରେଧୀରେ ଆହୁରି ଗୁରୁତର ହେଉଥିବା ଯୋଗୁଁ ସମାଜସେବୀ ଜିତୁ ନାୟକ ଓ ସାଥି ନିଜ ପଇସା ରେ ଏକ ଗାଡ଼ି ଭଡ଼ା କରି ରୋଗୀକୁ ବଲାଙ୍ଗୀର ନେଇଛନ୍ତି। ଏହି ବାବଦରେ ବେଲପଡ଼ା ମେଡିକାଲ ଅଫିସର ରବୀନ୍ଦ୍ର ମେହେରଙ୍କୁ ଆମେ ପଚାରିଥିଲୁ। ତାଙ୍କ କହିବା ଅନୁଯାୟୀ, ମୁଁ ଆମ୍ବୁଲାନ୍ସ ଖରାପ ହେବା ଖବର ଶୁଣି ପାଟଣାଗଡ଼ରୁ ଆମ୍ବୁଲାନ୍ସ ମଗେଇଥିଲି। କିନ୍ତୁ ସେମାନେ ପ୍ରାଇଭେଟ ଗାଡ଼ିରେ ରୋଗୀକୁ ନେଇଗଲେ ବୋଲି ସେ ମତ ଦେଇଛନ୍ତି। 

ଏପରି ଜଟିଳ ସମୟରେ ଏକ ସେକେଣ୍ଡ ମଧ୍ୟ ବହୁତ ମୂଲ୍ୟବାନ। କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ଆମ୍ବୁଲାନ୍ସ ଅଟକି ରହିଥିଲା। ସରକାର ଲୋକଙ୍କ ଜୀବନରକ୍ଷା ପାଇଁ ଯେଉଁ ସୁବିଧା ଯୋଗେଇଦିଏ। ସେଇ ସୁବିଧା ଯଦି ଅବହେଳାରେ ବ୍ୟର୍ଥ ହେଇଯାଏ। ତେବେ ତାହାର ଦାଇତ୍ୱ କାହାର? ଆମ୍ବୁଲାନ୍ସ ସେବା ଜନସାଧାରଣଙ୍କ ପାଇଁ ଜୀବନର ଆଶା ର ଶେଷ ସାଧନ। ଯଦି ଏହି ସାଧନ ମଧ୍ୟ୍ୟ ବିଶ୍ୱାସନୀୟ ନ ହୁଏ। ତେବେ ଲୋକଙ୍କ ପାଇଁ ବିକଳ୍ପ କଣ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।

Balangir