ବଲାଙ୍ଗୀର: ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଳେଷଣ ପାଇଁ ଆବଶ୍ୟକ ହୋଇଥାଏ। ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗୀର ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ କରି ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛା ଓ ଅଧ୍ୟାପିକା ଭକ୍ତି ପଢାରିଆ ମଞ୍ଚ ପରିଚାଳନା କରିଥିଲେ।
ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବର୍ତ୍ତମାନ ସ୍ଥିତିର ପ୍ରତିଯୋଗିତାମୂଳକ ପରିବେଷଣରେ ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ, ଏବଂ ନିଜର ଦକ୍ଷତାକୁ ତ୍ୱରାନ୍ୱିତ କରନ୍ତୁ ବୋଲି କହିଥିଲେ। ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା। ଯୁକ୍ତ ଦୁଇ ବିଜ୍ଞାନ କଲେଜର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ( ବି. ଏସ. ସି )ର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଫର୍ମାସିର ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ସାହୁ, ବି. ଏସ. ସି ର ( ଏକାଡେମୀକ କୋ ଅର୍ଡି ନେଟର ଜୟକୃଷ୍ଣ ମେହେର, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ପୁଣ୍ୟତୋୟା ବିଶ୍ୱାଳ, ହେଲୋ କିଡ଼ସର ଅଧ୍ୟକ୍ଷା ସୁଷମା ମୁଣ୍ଡ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା ଲାଗି ଉପଯୁକ୍ତ ମାର୍ଗଦର୍ଶନ କରିଥିଲେ।
ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ସେମାନେ ଜୀବନରେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ। ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନକୁ ପୁରସ୍କୃତ କରାଯାଇଥଲା। ସେଞ୍ଚୁରିଅନ ବିଦ୍ୟାଳୟର (ସି. ବି. ଏସ. ଇ )ଯୁକ୍ତ ଦୁଇ ବିଜ୍ଞାନ ଦ୍ୱାଦଶ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ଡାଙ୍ଗ (ବେଷ୍ଟ ଷ୍ଟ ଡେଣ୍ଟ ଅଫ ଦ ଇଅର ) ଭାବେ ପୁରସ୍କୃତ ହୋଇଥୁଲେ। (ସି ଏଚ ସି )ବିଜ୍ଞାନ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ପୁନମ ମେହେର, (ବି. ଏସ. ସି ) ବିଭାଗର ତୃତୀୟ ବର୍ଷର ଛାତ୍ରୀ ଶ୍ରୀୟା ରାଣୀ ହୋତା (ଏମ. (ଏମ. ଏସ. ସି )ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ସସ୍ମିତା ବାଗ, (ବି. ଫାର୍ମା ) ବିଭାଗର ଚତୁର୍ଥ ବର୍ଷର ଛାତ୍ର ନିହାରରଞ୍ଜନ ଦାଶ , (ଡି. ଫାର୍ମ ) ଦ୍ଵିତୀୟ ବର୍ଷର ଛାତ୍ର ସୁନୀଲ କୁମାର ସାହୁ, (ଡି. ଏମ. ଏଲ. ଟି ) ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରତୀକ୍ଷା ପଟ୍ଟନାୟକ, ସେଞ୍ଚୁରିଅନ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଦିଶା ଅଗ୍ରୱାଲ ନିଜ ନିଜ ବିଭାଗର (ବେଷ୍ଟ ଷ୍ଟଡେଣ୍ଟ ଅଫ ଦ ଇଅର ) ଭାବରେ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ।
ଏହାପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗୀତ ଓ ନୃତ୍ୟ ଦ୍ୱାରା ପ୍ରାରମ୍ଭ ହୋଇଥିଲା। ଏହି କ୍ରମରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛାଙ୍କ ଦ୍ୱାରା ସମାପିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକାମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ଭୂୟସୀ ପ୍ରଶଂସା କରିଥିଲେ। ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇଥିବା ସଙ୍ଗେ ସଙ୍ଗେ ସହରରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି।