ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ ଉପରକୁ ଜନୈକ ବ୍ୟକ୍ତି ଆକ୍ରମଣ କରି କର୍ମଚାରୀଙ୍କୁ ମାଡ଼ ମାରିବାରୁ ବସ ସେବାକୁ ବନ୍ଦ କରି କର୍ମଚାରୀମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଦେଓଗାଁ-ରାମଚନ୍ଦ୍ରପୁର ରୁଟରେ ଚାଲୁଥିବା ବସକୁ ଧଣ୍ଡାମାଲ ପଞ୍ଚାୟତର ପିପଲପଦର ଛକ ନିକଟରେ ଜଣେ ବାଇକ ଚାଳକ ଓଭର ଟେକ କରିଥିଲେ। କିନ୍ତୁ ବାଇକ ଦୁର୍ଘଟଣାର ସମ୍ମୁଖୀନ ହେବ ଭାବି ସେ ଏକ ଠେଙ୍ଗାରେ ବସ ଉପରକୁ ଆକ୍ରମଣ କରି କାଚକୁ ଭାଙ୍ଗିଦେଇଥିବା ବେଳେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରି ମାରିଥିଲେ ବୋଲି ବସ କଣ୍ଡକ୍ଟର ପରୀକ୍ଷିତ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରି କି ପ୍ରମୋଦ ବଗର୍ତ୍ତୀ ମଧ୍ୟ ବସ କର୍ମଚାରୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
ଅନ୍ୟ ପକ୍ଷରେ ବସ କର୍ମଚାରୀଙ୍କୁ ଆକ୍ରମଣ ହେବାରୁ ବସକୁ ଦେଓଗାଁ ବସଷ୍ଟାଣ୍ଡରେ ରଖି କର୍ମଚାରୀମାନେ ସେବା ବନ୍ଦ କରୁଛନ୍ତି। ଏଣୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଯାତ୍ରୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/b-6.jpg)