ବିଳମ୍ବିତ ରାତିରେ ସାର ବୋଝେଇ ଅଟୋକୁ ପୋଡ଼ିଦେଲେ ଦୁର୍ବୃତ୍ତ

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ୪ ୱାର୍ଡର ଟିକ୍ରିପଡାସ୍ଥିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘର ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଏକ ସାର ବୋଝେଇ ଅଟୋକୁ କିଛି ଦୁର୍ବୃତ୍ତ ପୋଡି ଦେଇଥିବା ଅଭିଯୋଗ ହେଉଛି। ତେବେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗ ଓ ପୁଲିସକୁ ଜଣାଇ ନିଆଁକୁ ଆୟତ୍ତ କରିଥିଲେ। ଅଟୋଟି ସଂପୂର୍ଣ୍ଣ ଭାବରେ ପୋଡି ଯାଇଥିବା ବେଳେ ଅଟୋରେ ଥିବା ୯ ବସ୍ତା ସାର ମଧ୍ୟ ପୋଡିଯାଇଛି। ପୂର୍ଣ୍ଣଚନ୍ଦ୍ର ସାହୁ ଥାନାକୁ ଯାଇ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ତୁଷୁରା ସହରରେ କାର୍ଯ୍ୟକଳାପ ଦିନକୁ ଦିନ ବଢି ଚାଲୁଥିବା ବେଲେ ତୁଷୁରା ପୁଲିସ ଦେଖଣାହାରୀ ସାଜିଛି। ତେବେ ଦେଖିବାକୁ ବାକି ରହିଲା ପୁଲିସ କେବେ କାର୍ଯ୍ୟନୁଷ୍ଠାନ ନେଉଛି ।

ସମ୍ବନ୍ଧିତ ଖବର