ତୁଷୁରା: ବଲାଙ୍ଗୀରଜିଲ୍ଲା ତୁଷୁରା ସହରରେ ଆଜି ଗୋଟିଏ ଦୁଃଖତ ଘଟଣା ଦେଖିବାକୁ ମିଳିଲା। ଜଣେ ଅସହାୟ ବୃଦ୍ଧ ଶ୍ରୀଧର ପୋଢ଼ଙ୍କ ମୃତ୍ୟୁ ପରେ ତାଙ୍କର କେହି ନିଜ ପରିବାର ସଦସ୍ୟ ଆଗକୁ ନଆସିବାରୁ ସେହି ବୃଦ୍ଧଙ୍କ ମୃତଦେହର ଶେଷକୃତ୍ୟ ଦାୟିତ୍ୱ ନେଲେ ତୁଷୁରା ବଜରଙ୍ଗ ଦଳର ସଦସ୍ୟମାନେ ଓ ସ୍ଥାନୀୟ ଲୋକେ। ଏହି ଘଟଣା ଫଳରେ ତୁଷୁରାରେ ମାନବିକ ମୂଲ୍ୟବୋଧ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେହି ଅସହାୟ ବୃଦ୍ଧ ଗତ କିଛି ବର୍ଷ ଧରି ତୁଷୁରା ସହର ଅଞ୍ଚଳରେ ବସବାସ କରୁଥିଲେ। ବୟସର ଭାର ଓ ଅସୁସ୍ଥତା ଯୋଗୁଁ ସେ ବିଭିନ୍ନ ସମସ୍ୟାରେ ଭୋଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆଜି ହଠାତ୍ ତାଙ୍କ ମୃତ୍ୟୁ ଘଟିଯିବା ପରେ କେହି ଆତ୍ମୀୟ-ସ୍ୱଜନ ସମ୍ପର୍କୀୟ ଆଗକୁ ନଆସିବା ଦୃଶ୍ୟ ଦେଖି ଅନେକଙ୍କ ଚକ୍ଷୁ ଆଞ୍ଜଳି ଭରିଯାଇଥିଲା। ଘଟଣା ସମ୍ପର୍କରେ ଖବର ମିଳିବା ପରେ ସହରର କିଛି ସ୍ଥାନୀୟ ବାସିନ୍ଦା ଓ ତୁଷୁରା ବଜରଙ୍ଗ ଦଳ ସଦସ୍ୟ ମାନେ ତୁରନ୍ତ ସେଠାକୁ ପହଞ୍ଚିଥିଲେ। ପରେ ତୁଷୁରା ଡାକ୍ତରଖାନକୁ ନିଆ ଯାଇଥିଲା ସେଠି ଡକ୍ଟର ମୃତ ଘୋଷଣା କଲା ପରେ ସ୍ଥାନୀୟ ଥାନାକୁ ସୂଚନା ଦେଇ ବୈଧ ପ୍ରକ୍ରିୟା ସମ୍ପନ୍ନ କଲାପରେ ସେମାନେ ମୃତଦେହକୁ ସବଦାହ ପାଇଁ ତୁଷୁରା ସୋନଗଡ଼ ନଦୀକୁ ନେଇଯାଇଥିଲେ। ସମସ୍ତ ଧାର୍ମିକ ନୀତିନିୟମ ମାନି ସେହି ବୃଦ୍ଧଙ୍କ ଶେଷକୃତ୍ୟ ତୁଷୁରା ସୋନଗଡ଼ ନଦୀ ତଟରେ ସମ୍ପନ୍ନ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Cabinet decision: କ୍ୟାବିନେଟ୍ ନିଷ୍ପତ୍ତି: ୨୦୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା ଅବଧି ବଢିଲା
ସ୍ଥାନୀୟ ଲୋକଙ୍କ ଶ୍ରଦ୍ଧାଞ୍ଜଳି
ଶବଦାହ ସମୟରେ ଅନେକ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ଓ ମୃତ ବୃଦ୍ଧଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାନବ ହିସାବରେ ମାନବଙ୍କୁ ସହାୟତା କରିବା ଆମର କର୍ତ୍ତବ୍ୟ ତାଙ୍କର କେହି ନଥିଲେ ମଧ୍ୟ ସମାଜ ହିସାବରେ ଆମେ ତାଙ୍କର ପରିବାର ହେବା ଉଚିତ ବୋଲି ବଜରଙ୍ଗ ଦଳ ସଦସ୍ୟ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଏହା କେବଳ ଧାର୍ମିକ କୃତ୍ୟ ନୁହେଁ ମାନବିକତାର ପ୍ରଶ୍ନ। ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି ବର୍ତ୍ତମାନ ସମାଜରେ ବୃଦ୍ଧମାନେ ଅନେକ ସମୟରେ ଅସହାୟ ଓ ଉପେକ୍ଷିତ ହେଉଛନ୍ତି। ଏମିତି ପରିସ୍ଥିତିରେ ଯେବେ କେହି ସ୍ୱଇଚ୍ଛାରେ ଆଗକୁ ଆସି ସେମାନଙ୍କ ଶେଷକୃତ୍ୟ ଦାୟିତ୍ୱ ନିଏ ତାହା ସମାଜ ପାଇଁ ଗୋଟିଏ ପ୍ରଶଂସନୀୟ ଓ ଅନୁସରଣୀୟ ଦୃଷ୍ଟାନ୍ତ। ଅନେକ ଲୋକ ସୋସିଆଲ୍ ମିଡିଆରେ ଆଲୋଚନାରେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସ୍ଥାନୀୟ କେତେକ ସମାଜସେବୀ କହିଛନ୍ତି ଯେ ଏପରି ଅସହାୟ ବୃଦ୍ଧ ଓ ନିରାଶ୍ରୟ ଲୋକଙ୍କ ପାଇଁ ଗ୍ରାମ ପଞ୍ଚାୟତ ଓ ସହର ପ୍ରଶାସନ ମାନଙ୍କ ଦ୍ୱାରା ବିଶେଷ ବ୍ୟବସ୍ଥା କରିବା ଆବଶ୍ୟକ। ଜୀବନକାଳରେ ସେମାନଙ୍କୁ ଆଶ୍ରୟ ଚିକିତ୍ସା ଓ ଖାଦ୍ୟ ସୁବିଧା ଦେବା ସହ ମୃତ୍ୟୁ ପରେ ସମ୍ମାନପୂର୍ଣ୍ଣ ଶେଷକୃତ୍ୟ ନିଶ୍ଚିତ କରିବା ସରକାରୀ ଏବଂ ସାମାଜିକ ଦାୟିତ୍ୱ ହେଉଛି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ବୃଦ୍ଧ ଙ୍କ ଶେଷ କୃତ୍ୟ ସମୟରେ ତାଙ୍କ ଝିଅ ଓ ବାପାକୁ ଛାଡି ଯାଇଥିବା ପୁଅ ଆସି ଶେଷ ସମୟରେ ମୁଖାଗ୍ନି ଦେଇଥିଲେl
ଆହୁରି ପଢ଼ନ୍ତୁ: Cricket: ଦିନକ ଭିତରେ ନିଷ୍ପତ୍ତି ନନେଲେ ସ୍କଟଲାଣ୍ଡ୍କୁ ସୁଯୋଗ
ନବ ଚିନ୍ତରନ ଜନ୍ମ
ତୁଷୁରାର ବଜରଙ୍ଗ ଦଳ ସଦସ୍ୟ ଦୀପକ ସାହୁ, ସୁମନ ମାଝୀ, ବିଜୟ ସେଠ, ସରୋଜ ବେହେରା, ଅବିନାଶ ବାଗ, ସଂଜିବ ବେହେରା, ସଚିନ ସାହୁ, ୪ ନମ୍ବର କାଉନସିଲର ମିଥୁନ ସାହୁ, ୩ ନମ୍ବର କାଉନସିଲର ଗୋପାଳ ବାଗ ସହ ସ୍ଥାନୀୟ ବାସିନ୍ଦା ଅଭିଷେକ ସ, ସାଜନ ଜୟଶ୍ୱାଳ, ମହେଶ କେଡ଼ିଆ ଉକ୍ତ ଉପସ୍ଥିତ ଥିଲେl ବଜରଙ୍ଗ ଦଳ ଓ ସ୍ଥାନୀୟ ଲୋକେ ଯେପରି ମାନବିକତାର ସନ୍ଦେଶ ଦେଇଛନ୍ତି ତାହା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ପ୍ରେରଣାସ୍ୱରୂପ। ବୃଦ୍ଧଜନଙ୍କ ପ୍ରତି ଦୃଷ୍ଟିକୋଣ ଏବଂ ସମାଜର ଦାୟିତ୍ୱ ସମ୍ପର୍କରେ ଏହି ଘଟଣା ନୂଆ ଚିନ୍ତା ଜନ୍ମ ଦେଇଛି ବୋଲି ମନ୍ତବ୍ୟ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/21/vol-2026-01-21-19-19-53.jpg)