ବଲାଙ୍ଗୀର: ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ ଅବଧି ବଢ଼ିଲା, ୧୫ ପର୍ଯ୍ୟନ୍ତ କୋର୍ଟ କଚେରୀ ରହିବ ବନ୍ଦ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ବଲାଙ୍ଗୀରରେ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଗତ ୩ ତାରିଖରେ ବଲାଙ୍ଗୀର ବନ୍ଦ କରାଯିବାରୁ ଲୋକେ ନାହିଁ ନଥିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିଭଳି ଏବେ ଜିଲ୍ଲା ଓକିଲ ସଂଘ ଆନ୍ଦୋଳନର ଅବଧି ଆଗକୁ ବଢ଼ାଇଛନ୍ତି। ଓକିଲଙ୍କ ନିଷ୍ପତ୍ତି ଅନୁସାରେ ଆନ୍ଦୋଳନ ଡିସେମ୍ବର ୧୫ ପର୍ଯ୍ୟନ୍ତ ଜାରି ରହିବ। ଫଳରେ ଏହି ସମୟ ମଧ୍ୟରେ କୋର୍ଟ କଚେରୀ କାମ ହୋଇ ପାରିବ ନାହିଁ।

ସମ୍ବନ୍ଧିତ ଖବର