ବଲାଙ୍ଗୀର ବିଜେଡି ରାଜନୀତି ସରଗରମ, ଭାଗବଣ୍ଟା ତୁଟିଲା ପରେ ବାହାରିଲା ତାଲିକା

ବଲାଙ୍ଗୀର: ବଲାଙ୍ଗୀର ବିଜେଡି ରାଜନୀତି ଏବେ ସରଗରମ । ଗଠନ ହେଉଥିବା ବିଭିନ୍ନ କମିଟିରେ କିଏ ସବୁ ରହିବେ ତାହାର ଭାଗବଣ୍ଟା ଛିଣ୍ଡୁନଥିଲା । ଶେଷରେ ଭୁବନେଶ୍ୱରକୁ ନେତାଙ୍କୁ ଡକରା ହୋଇଥିଲା । ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ ନେତାମାନେ ଯାଇଥିଲେ । ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା ଓ ଶେଷରେ ବିଭିନ୍ନ ବିଧାନସଭା କ୍ଷେତ୍ରରୁ କିଏ କାହାର ନାଁ ଦେବେ ତାହା ନିଷ୍ପତ୍ତି ହୋଇଥିଲା । ନେତାମାନେ ନାମ ତାଲିକା ଦେଇଥିଲେ । ତୁଟିଥିଲା ଭାଗବଣ୍ଟା । ଏ ନେଇ ଚର୍ଚ୍ଚା ବଲାଙ୍ଗୀର ଜିଲ୍ଲା ବିଜେଡିରେ ସରଗରମ ରହିଥିବା ବେଳେ ବିଜେଡିର ବଲାଙ୍ଗୀର ଜିଲ୍ଲା କମିଟି ତାଲିକା ପ୍ରକାଶ ପାଇଛି।

ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କମିଟିରେ କାର୍ଯ୍ୟକାରୀ ସଭାପତି ଭାବରେ ଅଶୋକ ମହାନ୍ତିଙ୍କୁ ମନୋନୀତ କରାଯାଇଛି । ଉପସଭାପତି ଭାବରେ ପାଟଣାଗଡର ମହେଶ୍ୱର ସାହୁ, ଲୋଇସିଂହାର ସୁରେଶ ନାୟକ, ଟିଟିଲାଗଡର ସୁରେନ୍ଦ୍ର ସାହୁ, କଣ୍ଟାବାଞ୍ଜିର ଉମା ସାହୁ ଓ ବଲାଙ୍ଗୀରର ପ୍ରଦୀପ ଗୁରୁଙ୍କୁ କମିଟିରେ ରଖାଯାଇଛି । ସାଧାରଣ ସଂପାଦକ ଭାବରେ ବଲାଙ୍ଗୀରରୁ କୈଲାସ ମହାନ୍ତି, ଉମା ସିଂହ, ଲୋଇସିଂହାରୁ ବିଜୟ ପ୍ରଧାନ, ବିଜୟ ଦାସ, ପାଟଣାଗଡରୁ ପବିତ୍ର ପୁଟେଲ, କଣ୍ଟାବାଞ୍ଜିରୁ ଫିରୋଜ ଖାନ, ରାଜେନ୍ଦ୍ର ବେହେରା, ଟିଟିଲାଗଡରୁ ରଣା ପୁଷ୍ଟିଙ୍କୁ ରଖାଯାଇଛି । ଟିଟିଲାଗଡର ପ୍ରେମଚାନ୍ଦ ଜୈନଙ୍କୁ କୋଷାଧ୍ୟକ୍ଷ ପଦ ଦିଆଯାଇଛି ।

ସେହିପରି ସଂପାଦକ କଣ୍ଟାବାଞ୍ଜିରୁ ରଂଜିତ ମାଝୀ, ଧନଞ୍ଜୟ ମହାନନ୍ଦ, ପ୍ରେମଚାନ୍ଦ ପୁଟେଲ, ବିନୟ ବିଭାର, ଶରତ ସିଂ ଭୋଇ, ପାଟଣାଗଡରୁ ଗୋବିନ୍ଦ ମେହେର ଓ ସୁଶୀଲ ଅଗ୍ରୱାଲ, ଟିଟିଲାଗଡର ପ୍ରମୋଦ ପ୍ରଧାନ, ଭକ୍ତ ମାଝୀ, ଡୋଲାମଣି ଥପା, ଲୋଇସିଂହାର ଅଶୋକ ବରିହା, ଆଶିଷ ସିଂହଦେଓ, ବଲାଙ୍ଗୀରର ଧ୍ରୁବ ଜୁଏଡ, କୁଳମଣି ମେହେର ରହିଛନ୍ତି । ଜିଲ୍ଲା କମିଟିର ସଦସ୍ୟ ଭାବରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ୟାରେଲାଲ ଜଗଦା, ଅର୍ଜୁନ ସାହୁ, ଖେଲତି ସମରଥ, ହିରାଲାଲ ଜୈନ, ଅମୂଲ୍ୟ ନାଗ, ବିଶ୍ୱନାଥ ସାହୁ, ଭୁବନାନନ୍ଦ ମହାନ୍ତି, ବିଭୂତିଭୂଷଣ ସାଏ, ଇନ୍ଦ୍ରମଣି ସାହୁ, ଶ୍ରୀବତ୍ସ ମହାକୁଡ, ରାଜକିଶୋର ଡାଙ୍ଗ, ନିରୋଦ ନାଗ, ଅରୁଣ ମିଶ୍ର, ଗୋବର୍ଦ୍ଧନ ନାଗ, ରାଜକୁମାର ବାଗ, ରାଜେଶ ବେହେରା, ଓମପ୍ରକାଶ ବର୍ମା, ଦିଲୀପ ବାଗ, ଶମ୍ଭୁ ସାହୁ, ପ୍ରଦ୍ୟୁତ ମିଶ୍ର, ସନ୍ତୋଷ ଦନ୍ତା, ବିନୁ ଶତପଥୀ, ମହେନ୍ଦ୍ର ବାଗ, ସମ୍ପତ୍ତି ନନ୍ଦ, ପ୍ରବୀର ଭୋଇ, ନେହେରୁ ବିଶ୍ୱାଳ, ରୋହିତ ସାହୁ, ଗୋପାଳ ଶଙ୍କର ଭୋଇଙ୍କୁ ରଖାଯାଇଛି ।

ଦୀର୍ଘ ଦିନ ହେଲା ବଲାଙ୍ଗୀର ଜିଲ୍ଲା କମିଟିରେ କିଏ ରହିବେ ସେ ନେଇ ଚାଲିଥିଲା ଦଳ ଭିତରେ ବିବାଦ । ଆଉ ଶେଷରେ ଭୁବନେଶ୍ୱରରେ ଭାଗବଣ୍ଟା ତୁଟିଲା ପରେ ଚୁଡାନ୍ତ ନାମ ତାଲିକା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର