କପା କିଆରିରେ ପଡ଼ିଛି କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ବନକାବିଅର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପାଟଣାଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବନକାବିଅର ଗାଁର ଏକ କପା କିଆରି ଭିତରୁ ଯନ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ସେଠାରେ ତାଙ୍କ ବାଇକ୍‌ ମଧ୍ୟ ପଡ଼ିଥିବାର ଦେଖିବାକୁ ମିଳିଛି। ଯନ୍ତ୍ରୀ ଜଣକ ଚାରୋଟି ପଞ୍ଚାୟତର ଦାୟିତ୍ୱରେ ଥିଲେ। ସେ ଡ୍ୟୁଟିରେ ଫିଲ୍ଡ ଭିଜିଟ ପାଇଁ ଯାଇଥିବା ସମୟରେ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର