ପାଟଣାଗଡ଼ ସଅଁରାପଡା ଗଣହତ୍ୟା ମାମଲା: ଘଟଣାସ୍ଥଳରେ ପହଞ୍ଚିଲେ ବଲାଙ୍ଗୀର ଏସ୍‌ପି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସଅଁରାପଡା କୁସୁମତଲର ଏକ ଘରେ ୬ଜଣଙ୍କ ମୃତଦେହ ପଡିଥିବା ଘଟଣା ସମଗ୍ର ଅ୍ଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଘଟଣାସ୍ଥଳରେ ବର୍ତ୍ତମାନ ବଲାଙ୍ଗୀର ଏସପି ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ଘଟଣାର ତଦନ୍ତ ପାଇଁ ଗୋଟିଏ ସ୍କ୍ବାର୍ଡ ଗଠନ କରାଯାଇଛି। ପୁଲିସ୍‌ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜାଣିବାକୁ ମିଳିଛି।  ଗୋଟିଏ ଘରେ କମ୍ବଳ ଘୋଡା ହୋଇ ପଡ଼ିଥିବା ୬ଟି ମୃତଦେହ ପଡ଼ିବା  ଖବର ପାଇବା ପରେ ସେଠାରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଯାଇ ପହଞ୍ଚିଥି‌ଲେ। ଏହି ପରିବାରର ମୁଖ୍ୟ ବୁଲୁ ଜାନୀ ବୋଲି ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ସକାଳ ୧୦ ଟା ପର୍ଯ୍ୟନ୍ତ ବୁଲୁ ଜାନୀଙ୍କ ଘରୁ କେହି ବାହାରି ନ ଥିଲେ। ଏହାପରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଥାନାଧିକାରୀ ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

 

 

 

ସମ୍ବନ୍ଧିତ ଖବର