ଭୁବନ ହତ୍ୟା ମାମଲା : ୧୮ଜଣଙ୍କୁ ଆଜୀବନ

ବଲାଙ୍ଗୀର : ବହୁଚର୍ଚ୍ଚିତ ଭୁବନ ଜାଲ ହତ୍ୟାକାଣ୍ଡରେ ୧୮ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଜିଲ୍ଲା ଜଜ୍‌ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୧ ଜୁଲାଇ ୫ ତାରିଖରେ ବଲାଙ୍ଗୀର ସଦର ବ୍ଲକ ଉମରିଆ ପଞ୍ଚାୟତର ସଲତରପାଲି ଗାଁର ଚାପ ଓରଫ ଭୁବନ ଜାଲଙ୍କୁ ଗାଁର କିଛି ଲୋକ ଘରୁ ଅପହରଣ କରି ନେଇଥିଲେ। ପରଦିନ ରେଳ ଧାରଣା ଉପରେ ଖଣ୍ଡ ବିଖଣ୍ଡିତ ଶବ ମିଳିଥିଲା। ଟ୍ରେନରେ କଟି ଭୁବନଙ୍କ ମୃତ୍ୟୁ ହୋଇଥିବା ଚିତ୍ରଣ କରିବାକୁ ଯୋଜନା କରିଥିଲେ ଅପହରଣକାରୀ। ଖଣ୍ଡ ଖଣ୍ଡ କରି ତାଙ୍କୁ ହତ୍ୟା କରି ଟ୍ରେନ୍‌ ଲାଇନ୍‌ର ତିନିଟି ସ୍ଥାନରେ ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ସଦର ଥାନା ପୁଲିସ ତଦନ୍ତ କରି ୧୯ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ। ସେମାନଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଜଣ ଅଭିଯୁକ୍ତଙ୍କ ଦେହାନ୍ତ ହୋଇଥିବାବେଳେ ଜିଲ୍ଲା ଜଜ୍‌ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର