ଗଛକୁ ପିଟିଲା ବାଇକ, ଆରୋହୀ ମୃତ

ଖପ୍ରାଖୋଲ: ଖପ୍ରାଖୋଲ ଥାନା ହରିଶଙ୍କର ରାସ୍ତା ବୁଲାଣିର କିଛି ଦୂରରେ ଏକ ବାଇକ ଗଛରେ ପିଟି ହେବାରୁ ଏହାର ଚାଳକ ବୀର ସୁନା (୪୦)ଙ୍କ ମୃତ୍ୟୁ ଘଟିଛି। ହରିଶଙ୍କର ଫାଣ୍ଡି ଅନ୍ତର୍ଗତ କୁଠୁର୍ଲା ଗାଁର ବୀର ଗୁରୁବାର କୌଣସି କାମରେ ଏକ ନମ୍ବର ବିହୀନ ନୂଆ ବାଇରେ ହଲନଭଟା ଯାଇଥିଲେ। ସେଠାରୁ ଫେରିବା ବେଳେ ରାସ୍ତାକଡ଼ର ତେନ୍ତୁଳି ଗଛରେ ବାଡ଼େଇ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଖପ୍ରାଖୋଲ ଥାନା ଏଏସଆଇ ସେବନ କେରକେଟା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର