ବଲାଙ୍ଗୀର: ଟ୍ରକ୍‌ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଉତ୍ତେଜିତ ଲୋକେ ଜାଳିଲେ ୪ ଟ୍ରକ

ବଲାଙ୍ଗୀର: ଟାଉନ୍‌ ଥାନା ଅନ୍ତର୍ଗତ ଗାନ୍ଧୀନଗରପଡ଼ା ଠାରେ ଶୁକ୍ରବାର ରାତି ବାଇକ ଆରୋହୀଙ୍କୁ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ବାଇକ୍‌ ଆରୋହୀ ଗୋପାଳ ମିଶ୍ର (୨୭)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗୋପାଳ ରୁଗୁଡ଼ିପଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ରାତି ୧୦ଟାରେ ବାଇକ ବୋଝେଇ ଏକ ଟ୍ରକ (ଡବ୍ଲ୍ୟୁବି ୩୩ଏ ୩୮୪୮) ଧକ୍କା ଦେଇଛି। ଘଟଣାସ୍ଥଳରେ ହିଁ ଗୋପାଳଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଯାଉଥିବା ୪ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି। ସେଥିରୁ ଗୋଟିଏ ଟ୍ରକ ସଂପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକର କିଛି ଅଂଶ ଜଳି ଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକର ଚାଳକ ଫେରାର ହୋଇଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଂଚିଥିବା ବେଳେ ସ୍ଥାନୀୟ ଅଂଚଳ ଉତ୍ତେଜନା ପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର