ମୁରିବାହାଲ: ମଙ୍ଗଳବାର ମୁରିବାହାଲ ସାପ୍ତାହିକ ବଜାରରୁ ଏକ ବାଇକ ଚୋରି ହୋଇଛି। ହଳଦୀର ରାଜାରାମ ତାଣ୍ଡି ମୁରିବାହାଲ ସାପ୍ତାହିକ ବଜାରକୁ ଆସିଥିଲେ। ସେ ତାଙ୍କ ବାଇକ୍ (ଓଡି ୦୩ ଏମ୍ ୦୯୦୫କୁ ସତ୍ୟପ୍ରଭା ହୋଟେଲ ପରିସରରେ ରଖିଦେଇ ବଜାରକୁ ଯାଇଥିଲେ। ବଜାରରୁ ଫେରି ରାଜାରାମ ନିଜ ବାଇକ ସମ୍ପୃକ୍ତ ସ୍ଥାନରେ ନ ଥିବାରୁ ଏହା ଚୋରି ହୋଇଥିବା ଜାଣି ମୁରିବାହାଲ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
ସାପ୍ତାହିକ ବଜାରରୁ ବାଇକ୍ ଚୋରି
/sambad/media/post_attachments/wp-content/uploads/2018/10/bike.jpg)