ଚାଷୀଙ୍କ ସମସ୍ୟା ନେଇ ବିଜେପିର ଆନ୍ଦୋଳନ:ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଟିଟିଲାଗଡ଼: ଚାଷୀଙ୍କ ସମସ୍ୟା ସଂପର୍କିତ ୭ଦଫା ଦାବି ନେଇ ଶୁକ୍ରବାର ଟିଟିଲାଗଡ଼ ବିଜେପି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ବିଜେପି ସାଧାରଣ ସଂପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବିଜେପି କର୍ମୀମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରୁ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ମୋହନ ସାହୁଙ୍କ ମାଧ୍ୟମରେ ଏକ ୭ଦଫା ଦାବିପତ୍ର ପ୍ରଦାନ କରିଥିଲେ।

ଟିଟିଲାଗଡ଼ ବ୍ଲକକୁ ସଂପୂର୍ଣ ମରୁଡ଼ି ଘୋଷଣା କରାଯିବା, କୃଷିଋଣ ଛାଡ଼ କରିବା, ପ୍ରତ୍ୟେକ ଚାଷୀଙ୍କୁ ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇ ଦେବା, ମାଗଣାରେ ବିଜୁଳି ଯୋଗାଇ ଦେବା, ଚାଷୀଙ୍କୁ ତୁରନ୍ତ ଇନ୍‌ପୁଟ ସବସିଡି ଯୋଗାଇ ଦେବା ଆଦି ଦାବି ଉଲ୍ଲେଖ ରହିଛି। ଏହି ଆନ୍ଦୋଳନରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଦିଲ୍ଲୀପ ଖର୍ସେଲ, କଳ୍ପନା ଚୌହାନ, ସରୋଜିନୀ ସାହୁ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ମହେନ୍ଦ୍ର ଠାକୁର, ଜିଲ୍ଲା କୃଷକ ମୋର୍ଚ୍ଚା ସଂପାଦକ ସଞ୍ଜୟ ତ୍ରିପାଠୀ, ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଡୋଳାମଣି ବସ୍ତିଆ, ପ୍ରତୀକ ମହାପାତ୍ର, ଗୋବିନ୍ଦ ବିଶି, ରିଙ୍କୁ ତ୍ରିପାଠୀ, ପିଙ୍କୁ ବାରିକ, ଆଦର୍ଶ ପାଣିଗ୍ରାହୀ, ପ୍ରତ୍ୟୁଷ ମହାପାତ୍ର, ଗୁଲାବ ସୋନୀ, ଆଶିଷ ବଗର୍ତ୍ତି, ଅନୁପମ ସାହୁ, ଜିତେନ ଘିଭେଲା, ଧୁବଲେ ପୋଢ, ସଙ୍ଗୀତ ମହାପାତ୍ର, ମଞ୍ଜିତ ସିଂ ବରିହା, ତେଜରାଜ ଛତର, ବି‘ୁ ପଣ୍ଡା, ଅଶୋକ ଭୋଇ, ତରୁଣିସେନ ଛୁରା, ବିଜୟ ଛୁରା, ଚେୟାରମେନ ବାଗ, ହୃଷିକେଶ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ବିଜେପି ମଣ୍ଡଳ ପକ୍ଷରୁ ୧୦ ଦଫା ଦାବି ନେଇ ବଙ୍ଗୋମୁଣ୍ଡା ବ୍ଲକ ଅଫିସ୍‌ ଘେରାଉ କରାଯାଇଛି। ବଙ୍ଗୋମୁଣ୍ଡା ଖେଳପଡ଼ିଆରେ ବିଜେପି କର୍ମୀ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ଥିଲେ। ଗୋଲେଇ ଛକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ଦାମ ରାଉତଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଓଡିଶାରେ ଅପାରଗ, ସ୍ଥାଣୁ ସରକାର ଶାସନ କରୁଥିବା ବେଳେ ଚାଷୀ ବିରୋଧୀ ନବୀନ ସରକାରଙ୍କୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବା ପାଇଁ ଚେତାବନୀ ଦେଇଥିଲେ। ବ୍ଲକ ଅଫିସ୍‌ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ବିଡିଓ ରାମଦତ୍ତ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ବଙ୍ଗୋମୁଣ୍ଡା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଓ ମରୁଡି ସହାୟତା କରାଯାଉ, କୃଷି ଋଣ ଛାଡ ଓ ରବି ଚାଷ ପାଇଁ ବିନା ସୁଧ ରେ ରୁଣ ପ୍ରଦାନ କରାଯାଉ ଆଦି ଦାବି ଉଲ୍ଲେଖ ରହିଛି। ଏହି ଘେରାଉ କାଯ୍ୟର୍କ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କାଯ୍ୟର୍କାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା, ଜିଲ୍ଲା ବିଜେପି ଉପ ସଭାପତି ଲକ୍ଷ୍ମଣ ବାଗ, ଜିଲ୍ଲା ବିଜେପି ଉପସଭାପତି ଶ୍ରୀବତ୍ସ ବେହେରା, ଭାରପ୍ରାପ୍ତ ଆଇନଜୀବୀ ଅଶୋକ ଦାସ, ମୋହନଲାଲ ଶର୍ମା, ବିଜେପି ନେତା କିଶୋର ଜୈନ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମନିଷ ଅଗ୍ରଓ୍ଵାଲ, ସିନ୍ଧେକେଲା ମଣ୍ଡଳ ସଭାପତି ଅନୀଲ ନାଏକ, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଲ ସଭାପତି ତ୍ରିବିକ୍ରମ ବଚ୍ଛା, କୃଷକ ମୋର୍ଚ୍ଚା ସଭାପତି ସୁବାସ ପୁଟେଲ, ଜିଲ୍ଲା କାଯ୍ୟର୍କାରିଣୀ ସଦସ୍ୟ ସୁଧାକର ସାହୁ, ଜିଲ୍ଲା କାଯ୍ୟର୍କାରିଣୀ ସଦସ୍ୟ ନରସିଂହ ଥନାପତି, ଏସ୍‌ସି ସେଲ୍‌ର ମଣ୍ଡଳ ସମ୍ପାଦକ ପୁରୋହିତ ଛୁରା, ଦେବ ସାହୁ, ଚିଣ୍ଟୁ ମାଝୀ, ସତ୍ୟସିଂ ମାଝୀ ପ୍ରମୁଖ ସାମିଲ ଥିଲେ। ଆଗାମୀ ୧୫ ଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଲନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର