ବଲାଙ୍ଗୀର: ଭିନ୍ନ ଜାତିରେ ବାହା ହୋଇଥିବାରୁ ମଲା ପରେ ମିଳିଲାନି କାନ୍ଧ

ବଲାଙ୍ଗୀର: ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ସମାଜରୁ ଜାତି ପ୍ରଥା ଶେଷ ହୋଇ ନାହିଁ। ଆଦିବାସୀ ଓ ଅନୁନ୍ନତ ଅଂଚଳରେ ଏହି କୁସଂସ୍କାର ପ୍ରଥା ଅଧିକ ଗ୍ରାସିଛି। ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା କୁର୍ତୁଲା ଗାଁରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଥିବା ଲୋକଲୋଚନକୁ ଆସିଛି।

ସୂଚନା ଅନୁସାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ସାହି ବାସିନ୍ଦା ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ପଛଘୁଂଚା ଦେଇଛନ୍ତି। ସାହିବାସୀଙ୍କ ଅଭିଯୋଗ ଅନୁସାରେ ବୃଦ୍ଧା ଜଣକ ଭିନ୍ନ ସଂପ୍ରଦାୟରେ ବିବାହ କରିଥିଲେ। ମୃତଦେହ ପ୍ରାୟ ୬ ଘଣ୍ଟା ପଡ଼ି ରହିବା ପରେ ସାମାଜିକ ସଂଗଠନ ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଛି।

ଗ୍ରାମର ବଳଇ ଗଡ଼ତ୍ୟା (୮୦)ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଏକମାତ୍ର ପୁଅ। ମୃତ୍ୟୁ ପରେ ଶବ ସତ୍କାର ପାଇଁ ଜାତିଭାଇ ଜ୍ଞାତିକୁଟୁମ୍ବ କେହି ନ ଆସିବାରୁ ପୁଅର ଜିନ୍ତା ବଢ଼ି ଯାଇଥିଲା। ଗାଁରୁ ମଧ୍ୟ କୌଣସି ଲୋକ ଆସି ନଥିଲେ। ଦୀର୍ଘ ୬ ଘଣ୍ଟା ମୃତଦେହ ପଡ଼ି ରହିବା ପରେ ସ୍ଥାନୀୟ ଅଂଚଳର ଏକ ସାମାଜିକ ସଂଗଠନର ସଭ୍ୟମାନେ ଘଟଣାସ୍ଥଳକୁ ପହଂଚି ଥିଲେ।

ସମ୍ବନ୍ଧିତ ଖବର