ବଲାଙ୍ଗୀର ଓ ପାଟଣାଗଡ଼ରେ ଫ୍ଲାଗମାର୍ଚ୍ଚ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଦେଇଛି। ଆସନ୍ତା ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବଲାଙ୍ଗୀର ସହରରେ ଫ୍ଲାଗମାର୍ଚ୍ଚ କରିଛି। ଓଡ଼ିଶା ପୁଲିସ, ଓଏସଏପି, ହୋମଗାର୍ଡ, ସିଆରପିଏଫର ୩୦ ପ୍ଲାଟୁନ ଫୋର୍ସ ସହରରେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଫ୍ଲାଗ ମାର୍ଚ୍ଚ ସମୟରେ ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକ ଉପସ୍ଥିତ ଥିଲେ।
ପାଟଣାଗଡ଼: ପାଟଣାଗଡ଼ ସହରରେ ରବିବାର ଅପରାହ୍ନରେ ପୁଲିସ ଓ ସିଆରପିଏଫ ଯବାନମାନଙ୍କ ପକ୍ଷରୁ ଫ୍ଲାଗମାର୍ଚ୍ଚ କରା ଯାଇଛି। ଆସନ୍ତା ୧୮ ତାରିଖରେ ଏଠାରେ ସାଧାରଣ ନିର୍ବାଚନ ସମେତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଛି। ଏଥିପାଇଁ ପୁଲିସ ଓ ସିଆରପିଏଫ ପକ୍ଷରୁ ଫ୍ଲାଗମାର୍ଚ୍ଚ କରା ଯାଇଛି। ରବିବାର ଅପରାହ୍ନରେ ପୁଲିସ କର୍ମଚାରୀ ଓ ସଶସ୍ତ୍ର ସିଆରପିଏଫ ଯବାନମାନେ ବ୍ରହ୍ମପୁରା ଠାରୁ ବାହାରି ପାଟଣାଗଡ଼ ମୁଖ୍ୟ ରାସ୍ତାରେ ପ୍ଲାଗମାର୍ଚ୍ଚ କରିଥିଲେ। ପ୍ରକାଶ ଥାଉ କି, ଦୁଇ ଦିନ ତଳେ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିଶଙ୍କର ମନ୍ଦିର ପରିସର ଓ ହରିଶଙ୍କର ଆଉଟ ପୋଷ୍ଟ ବାଡ ନିକଟରେ ମାଓ ପୋଷ୍ଟର ବ୍ୟାନର ଲାଗିଥିଲା।

ସମ୍ବନ୍ଧିତ ଖବର