ବଲାଙ୍ଗୀର,(ବିଶ୍ବଜିତ ଦାଶ): ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଗୋଟିଏ ଆସନ ହେଉଛି ବଲାଙ୍ଗୀର ବିଧାନସଭା। ଏହି ଆସନ ଅନେକ ମନ୍ତ୍ରୀପଦ ଦେଇଛି ଓ ବିରୋଧୀ ଦଳରେ ବି ବିଧାୟକଙ୍କୁ ମର୍ଯ୍ୟାଦା ମିଳିଛି। ସ୍ୱାଧୀନତା ପରେ ଅଧିକାଂଶ ସମୟ ସ୍ଥାନୀୟ ରାଜପରିବାରର ସଦସ୍ୟ ଏହି ଆସନରେ ଦବଦବା ରଖି ଆସିଥିଲେ।
ହେଲେ ୨୦୧୪ ନିର୍ବାଚନରେ ହେଭିୱେଟଙ୍କ ଲଢ଼େଇ ଏହି ଆସନରେ ଦେଖିବାକୁ ମିଳିଥିଲା। ରାଜପରିବାରର ଅନଙ୍ଗଉଦୟ ସିଂହଦେଓଙ୍କୁ ହରାଇ ଏହି ଆସନରୁ ବିଜୟଲାଭ କରିଥିଲେ ବର୍ତ୍ତମାନର ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଆଗାମୀ ନିର୍ବାଚନରେ ବିଜେଡିରୁ ଅନଙ୍ଗଙ୍କ ବଦଳରେ ତାଙ୍କ ସାନପୁଅ ଏହି ଆସନରୁ ଦାବିଦାର ରହିଛନ୍ତି। ଅନ୍ୟପଟେ କଂଗ୍ରେସରୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଏହି ଆସନରୁ ଛିଡ଼ା ହେବେ ନା ତାଙ୍କ ସ୍ଥାନରେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ଛିଡ଼ା ହେବେ ତାକୁ ନେଇ ଆେଲାଚନା ତଥାପି ଜାରି ରହିଛି।
ବଲାଙ୍ଗୀର ବିଧାନସଭା ଆସନରେ ୧୯୯୦ ମସିହାରୁ ଲଗାତାର ୫ ଥର ନିର୍ବାଚନ ଜିଣି ରାଜ୍ୟ ବିଜେଡିରେ ଦବଦବା ରଖିଥିବା ବିଜେଡିର ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ୨୦୧୪ ନିର୍ବାଚନ ଶେଷ ମୁହୂର୍ତ୍ତରେ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ। ବିଜେପିରୁ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଡ.ବାସୁଦେବ ପତି ଦ୍ବିତୀୟ ଥର ପ୍ରାର୍ଥୀ ହୋଇଥିଲେ। ଶ୍ରୀ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା କେଂଗ୍ରସ।
ଗତଥର ନିର୍ବାଚନ ଠାରୁ ଏଥର ନିର୍ବାଚନ ଆହୁରି ରୋଚକ ମୋଡ଼ େନବ, ଏକଥା ଏବେ ଠାରୁ ଜଳଜଳ ହୋଇ ଦିଶିଲାଣି। ଗତଥରର ନିର୍ବାଚନରେ ସାମ୍ନାସାମ୍ନି ହୋଇଥିବା ଉଭୟ ବରିଷ୍ଠ ନେତାଙ୍କ କନିଷ୍ଠ ପୁଅ ଦ୍ୱୟ ରାଜନୀତି ମୈଦାନରେ ସକ୍ରିୟ। ଅନଙ୍ଗ ତାଙ୍କ ସାନପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିଛନ୍ତି।। ଅର୍କେଶଙ୍କ ଟିକଟ ଏଥର ଫାଇନାଲ ବୋଲି ତାଙ୍କ ଦଳୀୟ ନେତାମାନେ କହୁଛନ୍ତି। ତେେବ ବିଜେଡି ଯଦି ‘ଗୋଟିଏ ପରିବାର, ଜଣେ ପ୍ରାର୍ଥୀ’ ନିୟମ କରେ ସାଂସଦ କଳିକେଶଙ୍କ ଭାଇ ଅର୍କେଶଙ୍କୁ ହତାଶ ହେବାକୁ ପଡ଼ିପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ସେପରି ସ୍ଥଳେ ଗତଥର ଅଳ୍ପକେ ବିଜେଡି ଟିକଟରୁ ବଞ୍ଚିତ ହୋଇଥିବା ଲଳିତ ନାୟକଙ୍କୁ ଟିକଟ ମିଳିବା ସମ୍ଭାବନାକୁ ଏଡ଼ାଇ େଦଇ ହେବନାହିଁ।
ସେହିପରି ନରସିଂହଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର ମଧ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। କଂଗ୍ରେସରୁ ଯଦି ସମରେନ୍ଦ୍ର ବିଧାନସଭାରୁ ଛିଡ଼ା ହୁଅନ୍ତି ବରିଷ୍ଠ ନେତାଙ୍କ କନିଷ୍ଠ ପୁଅମାନେ ଏଥର ସାମ୍ନାସାମ୍ନି ହୋଇପାରନ୍ତି। ନଚେତ ସିଂହ ସାଙ୍ଗିଆଧାରୀ ଓ ସିଂହ ନାମଧାରୀଙ୍କ ଭିତରେ ଲେଢ଼ଇ ହେବ।
ଅନ୍ୟପକ୍ଷରେ,ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପୁଣି ଏହି ଆସନରୁ ଛିଡ଼ା ହେବେ ବୋଲି କୁହାଯାଉଛି। ଏସବୁ ପରିସ୍ଥିତିକୁ ଦେଖି ଅଙ୍କ କଷୁଛି ବିଜେପି। ବିଜେପିରୁ ଗତ ଥରର ପ୍ରାର୍ଥୀ ଥିବା ଡା.ବାସୁଦେବ ପତି, ଗୋପାଲଜୀ ପାଣିଗ୍ରାହୀ, ପ୍ରଭାସ ପାଣିଗ୍ରାହୀ, ଅନନ୍ତ ଦାସଙ୍କ ସମେତ ଆଉ କେତେ ଜଣ ନେତା ଟିକଟ ପାଇଁ ଆଶାବାଦୀ ରହିଛନ୍ତି।
୨୦୧୪ ନିର୍ବାଚନ ଫଳାଫଳ
କଂଗ୍ରେସ ନରସିଂହ ମିଶ୍ର ୬୧,୭୩୦
ବିଜେଡି ଅନଙ୍ଗଉଦୟ ସିଂହଦେଓ ୪୯,୪୭୬
ବିଜେପି ଡ.ବାସୁଦେବ ପତି ୩୫,୧୩୦