ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପାଇଁ ଅର୍ଥାଭାବ

ମଣ୍ତଲ: ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତ ଜଲିଆ ଗାଁର ଦୃପତି ରାଉତ(୨୫) ପ୍ରାୟ ୨ବର୍ଷ ହେଲା ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଛନ୍ତି। ତାଙ୍କ ଚିକିତ୍ସା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଲାଗିବ ବୋଲି ଡାକ୍ତର କହୁଥିବାରୁ ପରିବାର ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ଗରିବ ଦିନ ମଜୁରିଆ କେଉଁଠୁ ଏତିକି ଟଙ୍କା ଆଣିବେ ବୋଲି ଚିନ୍ତାରେ ପଡ଼ିଛନ୍ତି। ତାଙ୍କ ସ୍ବାମୀ ଲଳିତ ରାଉତ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ସେଠାରେ ରୋଗ ଭଲ ନହେବାରୁ ଭୁବନେଶ୍ବର ଏମ୍‌ସ ହସପିଟାଲକୁ ନେଇ ଚିକିତ୍ସା କରାଇଲେ। ଡାକ୍ତର ସେଠାରେ ଅପରେସନ ପାଇଁ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲାଗିବ ବୋଲି କହିବାରୁ ଘରକୁ ଚାଲି ଆସିଲେ। ହାତରେ ବିଜୁ କୃଷକ କାର୍ଡ ଥିଲେ ବି ତାହା କାମକୁ ଆସୁ ନାହିଁ। ତେଣୁ ପ୍ରଶାସନ ତରଫରୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର