ସଇନ୍ତଲା : କଣ୍ଟାବାଞ୍ଜି ସହରୱାର୍ଡ ନଂ ୪ର ବାସିନ୍ଦା ତଥା ବ୍ୟବସାୟୀ ସଂଜୟ ଜୈନଙ୍କୁ ଆକ୍ରମଣ କରି ୭୧ ହଜାର ଟଙ୍କା ଲୁଟ୍ ହୋଇଛି। ଏନେଇ ସଇନ୍ତଲା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶନିବାର ଶ୍ରୀ ଜୈନ ସଇନ୍ତଲା ଥାନା ଛନଛଡ଼ା ଗ୍ରାମର କିଛି ବ୍ୟବସାୟୀଙ୍କଠାରୁ ୭୧ ହଜାର ଟଙ୍କା ଆଦାୟ କରିଥିଲେ। ମଧ୍ୟାହ୍ନ ୧୨ଟା ସମୟରେ ସେ ନିଜ ବାଇକ୍ (ଓଆର-ଏଫ-୩୧୫୫)ରେ କଣ୍ଟାବାଞ୍ଜି ଫେରୁଥିବା ବେଳେ ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝିମନପାଲି ଝିଙ୍କିଡୁଙ୍ଗୁରୀ ଗାଁ ମଝିରେ ଦୁଇଜଣ ଅଜଣା ଦୁର୍ବୃତ୍ତ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ପରେ ଭୁଜାଲିରେ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ଶ୍ରୀ ଜୈନ ଭୟରେ ଟଙ୍କା ବ୍ୟାଗ ସେମାନଙ୍କୁ ଦେଇ ଦେଇଥିଲେ। ବ୍ୟବସାୟୀ ଶ୍ରୀ ଜୈନ ସଇନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସଇନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେସ ନଂ. ୩୦/୧୮ଅନୁସାରେ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ଘଟଣାର ତଦନ୍ତ କରୁଛନ୍ତି।
ବ୍ୟବସାୟୀଙ୍କୁ ଆକ୍ରମଣ କରି ୭୧ ହଜାର ଟଙ୍କା ଲୁଟ
/sambad/media/post_attachments/wp-content/uploads/2018/03/loot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)