ବାଇପାସ୍‌ ପାଇଁ ନିର୍ଣ୍ଣାୟକ ଲଢ଼େଇ!:୯ ଓ୧୦ ରେ ବଲାଙ୍ଗୀର ବନ୍ଦ

ଜନତା ମାଗୁଛି ଜବାବ: କେବେ ହେଜିବ ସରକାର?

ବଲାଙ୍ଗୀର: ତିନି ଦିନ ତଳେ ଜାତୀୟ ରାଜପଥ-୫୭ରେ ତିନିଜଣ ଯୁବକଙ୍କ ମୃତ୍ୟୁ ହେଲା। ଆଉ ବୁଧୁବାର ଜାତୀୟ ରାଜପଥ-୨୬ରେ ଜଣେ କଲେଜ ଛାତ୍ରୀଙ୍କ ଜୀବନ ଗଲା। ଜାତୀୟ ରାଜପଥ ହେଉ କି ବଲାଙ୍ଗୀର ସହର ମଧ୍ୟରେ, ଅଧିକାଂଶ ଦିନ ଦୁର୍ଘଟଣା ନିୟମିତ କଥା ପାଲଟିଗଲାଣି। ବାଇପାସ ଓ ରିଙ୍ଗରୋଡ ରାସ୍ତା ପାଇଁ ବାରମ୍ବାର ଦାବି ହୋଇ ଆସୁଛି। କିନ୍ତୁ ବିଭିନ୍ନ କାରଣରୁ ତାହା ବିଳମ୍ବିତ ହେଇ ଚାଲିଛି। ତେବେ ବାଇପାସକୁ ନେଇ ରାଜନୀତି ବି କିଛି କମ୍‌ ନୁହେଁ। ନେତାଏ ଚେଇଁ ଉଠିଲେଣି। ଆରମ୍ଭ କରିଦେଲେଣି ବୟାନବାଜି। ଶବ ଉପରେ ବି ରାଜନୀତି! କିନ୍ତୁ ଜନତା ମାଗୁଛି ଜବାବ: କେବେ ହେବ ବଲାଙ୍ଗୀର ବାଇପାସ ଓ ରିଙ୍ଗ ରୋଡ?
ବାଇପାସ୍‌ ପ୍ରସଙ୍ଗକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ସଂଧ୍ୟାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନଗର କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ମର୍ମରେ ସରକାରୀ, ଘରୋଇ ଅଫିସ, ବସ୍‌, ଟ୍ରକ, ସ୍କୁଲ, କଲେଜ, ଗାଡି ଚଳାଚଳ ବନ୍ଦ ରଖିବାକୁ ନଗର କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପଟେ ସ୍ଥାନୀୟ ଭଗବତୀ ହୋଟେଲରେ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ, ଭାରତୀୟ ମଜଦୁର ସଂଘ, ଏବିଭିପି ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ୧୦ ତାରିଖରେ ବନ୍ଦ କରାଯିବାକୁ ଘୋଷଣା କରିଛନ୍ତି। ଗୁରୁବାର, ଶୁକ୍ରବାର ବନ୍ଦ ପାଳନ କରାଯାଉଥିବା ବେଳେ ୧୧ ତାରିଖରେ ଶନିବାର ଓ ୧୨ ତାରିଖ ରବିବାର ପଡୁଛି। ଶନିବାର ବଲାଙ୍ଗୀର ସହରର ବିଭିନ୍ନ ବଜାର ବନ୍ଦ ରହୁଥିବା ବେଳେ ରବିବାର ଛୁଟି। ସୋମବାରରୁ ବଲାଙ୍ଗୀର ସହର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର