ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ମୁରିବାହାଲ: ମୁରିବାହାଲ ଥାନା ରେଙ୍ଗାଲି ଗ୍ରାମର ଏକ ଦଂପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରେଙ୍ଗାଲି ଗ୍ରାମର ରାଜେନ୍ଦ୍ର ପୋଢ଼ ଗାଁରେ ଲାଗିଥିବା ଟ୍ରାନ୍ସଫର୍ମର ଅଚଳ ହୋଇଥିବା ଯୋଗୁଁ ସେଠାକୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ଗ୍ରାମର ପ୍ରେମାନନ୍ଦ ପୋଢ଼ ଓ ମଧୁ ପୋଢ଼ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସେଠାରୁ ସେ ଘରକୁ ଚାଲି ଆସିଥିବା ବେଳେ ଗ୍ରାମର ରୁକ୍ମଣୀ ପୋଢ଼ ଓ ସଂଗୀତା ପୋଢ଼ ରାଜେନ୍ଦ୍ର ଘରକୁ ଆସି ସ୍ୱାମୀ ରାଜେନ୍ଦ୍ର ଓ ତାଙ୍କ ପତ୍ନୀ ରେଖା ପୋଢ଼ଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଫଳରେ ରେଖାଙ୍କ ଡାହାଣ ହାତ, ଡାହାଣ କାନ ଓ ମୁଣ୍ଡରେ ଆଘାତ ଲାଗିଥିଲା। ଏ ସଂପର୍କରେ ରେଖା ପୋଢ଼ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଆଜି ପ୍ରେମାନନ୍ଦ ଓ ମଧୁଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର