କୋଭିଡ ଯୁଦ୍ଧରେ ହାରିଗଲେ ବିଜୟାନନ୍ଦ କରକରା

ବଲାଙ୍ଗୀର: କରୋନା ଯୋଦ୍ଧା ସାଜି ମୁକାବିଳା କରୁଥିଲେ । ଏସପିଙ୍କ କାର୍ଯ୍ୟାଳୟରେ କରୋନା କଣ୍ଟ୍ରୋଲ ରୁମ ଦାୟିତ୍ୱ ନେଇଥିଲେ । ସବୁ କିଛି ଲକଡାଉନ ସମୟରେ ଠିକଠାକ ଚାଲିଥିଲା । ହେଲେ ଶେଷରେ ଆଗଧାଡିରେ ରହି କରୋନା ସହ ଲଢେଇ କରୁଥିବା ଯୋଦ୍ଧା ଇନିସ୍ପେକ୍ଟର ବିଜୟାନନ୍ଦ କରକରା ଶେଷରେ କରୋନା ଯୁଦ୍ଧରେ ନିଜେ ହାରିଗଲେ । କରୋନା ଆକ୍ରାନ୍ତ ହେବା ପରେ ସେ ବିଶାଖାପାଟନମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ସମୟରେ ତାଙ୍କ ମୃତ୍ୟୁ ଘଟିଛି ।

ସ୍ୱର୍ଗତ କରକରା ବଲାଙ୍ଗୀର ଏସପି କାର୍ଯ୍ୟାଳୟକୁ ଗତ କିଛି ମାସ ପୂର୍ବରୁ ଆସିଥିଲେ । ଲକଡାଉନ ସମୟରେ ତାଙ୍କୁ କଣ୍ଟାବାଞ୍ଜି ଥାନାରୁ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । କଣ୍ଟାବାଞ୍ଜିରେ ସେ ଥାନାଧିକାରୀ ଭାବରେ ଦାୟିତ୍ୱ ନେଇଥିଲେ । ସେଠାକାର ସାମାଜୀକ ସଂଗଠନମାନଙ୍କ ସହ ବି ଜଡିତ ଥିଲେ । ବଲାଙ୍ଗୀର ଜିଲ୍ଲାରେ ତାଙ୍କ ଚାକିରି ଜୀବନର ଅନେକ ସମୟ କଟିଥିଲା । ସେ ବଲାଙ୍ଗୀର ଜିଲ୍ଲାର ଟାଉନଥାନା, ଟିଟିଲାଗଡ ଥାନା ଥାନାରେ ବି କିଛି ବର୍ଷ କାର୍ଯ୍ୟ କରିଥିଲେ । ବଲାଙ୍ଗୀର ଜିଲ୍ଲାର ଜଣେ ଜଣାଶୁଣା ପୁଲିସ ଅଧିକାରୀ ଥିଲେ ।

ସମ୍ବନ୍ଧିତ ଖବର