ସଇନ୍ତଲା: ପାଟଣାଗଡ଼ ଅଂଚଳରୁ ସଇନ୍ତଲା ଦେଇ ଫୁଲବାଣୀ ଜିଲ୍ଲା ବାଲିଗୁଡ଼ା ଅଂଚଳକୁ ବେଆଇନ ଗୋରୁ ଚାଲାଣ ହେଉଥିବା ଅଭିଯୋଗରେ ଶୁକ୍ରବାର ସନ୍ଧ୍ୟାରେ ସଇନ୍ତଲା ବଜରଙ୍ଗ ଦଳ ତରଫରୁ ଚଢ଼ଉ କରାଯାଇଥିଲା। ଖବର ପାଇ ସଇନ୍ତଲା ପୁଲିସ ଘଟଣାସ୍ଥଳରେ ପହଂଚି ୧୪୯ ଗୋରୁଙ୍କୁ ଉଦ୍ଧାର କରିବା ସହ ୮ ଜଣ ଗୋଚାଲାଣକାରୀଙ୍କୁ ଅଟକ ରଖିଛି।
ପ୍ରତି ଶୁକ୍ରବାର ପାଟଣାଗଡ଼ କେନ୍ଦୁମୁଣ୍ଡି ଗାଁର ଜଣେ ବ୍ୟକ୍ତି କିଛି ଲୋକଙ୍କ ସହାୟତାରେ ଶତାଧିକ ଗୋରି ସଇନ୍ତଲା ତାଲବାହାଲ, କାଲିକ୍ଷେତ, ଗଣ୍ଡପତ୍ରାପାଲି ଦେଇ ବାଲିଗୁଡ଼ାସ୍ଥିତ ଘାଟପଡ଼ାରୁ ରାଜ୍ୟବାହାରକୁ ଗୋ-ଚାଲାଣ କରିଆସୁଥିବା ଅଭିଯୋଗ ହେଉଥିଲା। ଏ ସଂପର୍କରେ କିଛିମାସ ପୂର୍ବେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶନ ପରେ କିଛି ଦିନ ପାଇଁ ଏହି କାରବାର ବନ୍ଦ ହୋଇଯାଇଥିଲା। କିନ୍ତୁ ପୁଣି ସଂପୃକ୍ତ ବ୍ୟକ୍ତି ଗୋ-ଚାଲାଣ ଆରମ୍ଭ କରିବା ଜଣା ପଡ଼ିବା ପରେ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀମାନେ ଚଢ଼ଉ କରିଥିଲେ। ସେମାନେ ବଡ଼ମାଳ ଫାଣ୍ଡି ଏବଂ ସଇନ୍ତଲା ଥାନାକୁ ଖବର ଦେଇଥିଲେ। ସନ୍ଧ୍ୟାରେ ଥାନାଧିକାରୀ ଶୁଭେନ୍ଦୁ ଶବର, ଫାଣ୍ଡି ଅଧିକାରୀ ପ୍ରାଣବିନ୍ଦୁ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶନିବାର ଗୋରୁମାନଙ୍କ ପ୍ରକୃତ ମାଲିକଙ୍କୁ ଥାନାକୁ ଡକାଯାଇ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି। ଜିଲ୍ଲା ବଜରଙ୍ଗ ଦଳ ସଂଯୋଜନକ ସୁବ୍ରତ ନାଥ, ଅନ୍ତର୍ଯ୍ୟାମୀ ସାହୁ, ବୁବୁନ ପାଣିଗ୍ରାହୀ, ବୁଲୁ ସାହୁ, କେଦାର ସରାଫ, ରାଜକିଶୋର ସେଠ, ରାଜେଶ ସାହୁ, ରଥି ସାହୁ ପ୍ରମୁଖ ଏହି କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବେଆଇନ ଗୋଚାଲାଣ:୧୪୯ ଗୋରୁ ଉଦ୍ଧାର, ୮ ଅଟକ
/sambad/media/post_attachments/wp-content/uploads/2018/01/blgr6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)