ବଲାଙ୍ଗୀର: କୁଖ୍ୟାତ ଅପରାଧୀ ବବୁଲ ମହାନନ୍ଦ ଏନ୍‌କାଉଣ୍ଟରେ ଆହତ

ଟିଟିଲାଗଡ଼: କୁଖ୍ୟାତ ଅପରାଧୀ ବବୁଲୁ ମହାନନ୍ଦ ଶନିବାର ସନ୍ଧ୍ୟାରେ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି। ଆହତ ପରେ ପୁଲିସ ବବୁଲକୁ ହସ୍ପିଟାଲରେ ଭର୍ତ୍ତି କରିଛି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ପୁଲିସ ବବୁଲକୁ ଆଜି ରାତି ୮ଟାରେ ଟିଟିଲାଗଡ଼-ସଇଁତଳା ଜଙ୍ଗଲ ରାସ୍ତାରେ ଏନ୍‌କାଉଣ୍ଟର କରିଥିଲା। ବବୁଲ ଏକ ନିଦ୍ଧିଷ୍ଟ ସ୍ଥାନରେ ଥିବା ସୂଚନା ମିଳିବା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଂଚିଥିଲା। ପୁଲିସକୁ ଦେଖି ବବୁଲ ଛାନିଆ ହୋଇ ଯାଇଥିଲା ଓ ପ୍ରଥମେ ଗୁଳି କରିଥିଲା। ପୁଲିସ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା। ପୁଲିସ ଗୁଳିରେ ବବୁଲ ତଳେ ପଡ଼ିଯାଇଥିଲା। ପୁଲିସ ଘଟଣାସ୍ଥଳରୁ ପିସ୍ତଲ ଏବଂ ଗୁଳି ଜବତ କରିଛି। ବବୁଲକୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର