କଣ୍ଟାବାଞ୍ଜି: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ବେଳେ ୪୮ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ଖବର ପାଇଁ କଂଟାବାଞ୍ଜି ପୁଲିସ୍‌ ୪୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କିରିଛି। ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୨୫ ପୁରୁଷ, ୨୩ ମହିଲା ଥିବା ବେଳେ ୮ ଶିଶୁ ଥିବା ଜଣାଯାଇଛି ।

ଶ୍ରମିକମାନେ ବରଗଡ ଜିଲ୍ଲାର ବରପାଳି, ନୂଆପଡା ଜିଲ୍ଲାର ବୁଡେନ, ସିନାପାଳି, ବଲାଙ୍ଗିର ଜିଲ୍ଲାର ମୁରିବାହାଲ, ଚୁଡାପାଳିଅଂଚଳର ବୋଲି ଜଣାଯାଇଛି । ଉଦ୍ଧାର ଶ୍ରମିକମାନେ ଦାଦନ ସର୍ଦାରଠାରୁ ମୁଣ୍ଡା ପିଛା ୩୫ ରୁ ୪୦ ହଜାର ଲେଖାଏ ଅଗ୍ରୀମ ନେଇ ଅଟୋ ଓ ପିକଅପ ଗାଡି ଯୋଗେ ରେଳ ଷ୍ଟେସନକୁ ଯାଉଥିବା ବେଲେ ପୁଲିସ୍‌ ଚଢ଼ାଉ କରିଥିଲା । ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇଦ୍ରାବାଦ୍‌ର ଏକ ଇଟାଭାଟିକୁ ଯାଉଥିବା ଜଣାଯାଇଛି । ତେବେ ପୁଲିସ ଚଢାଉ ବେଳେ ଦାଦନ ସର୍ଦାର ଫେରାର ହୋଇଯାଇଛି । ତେବେ ଏଠାରେ କାମଧନ୍ଧା ମିଳୁନଥିବା ଯୋଗୁ ଶମିକମାନେ ରାଜ୍ୟ ବାହରକୁ ବାଧ୍ୟ ହୋଇ କାମ କରିବାକୁ ଯାଉଥିବା ସେମାନେ ଧରାପଡ଼ିବା ପରେ କହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର