ଦେଓଗାଁରେ ଗାଡ଼ି ଦୁର୍ଘଟଣା: ବାପାଙ୍କ ପରେ ଚାଲିଗଲା ଝିଅର ଜୀବନ

ଦେଓଗାଁ: ବରଗଡ଼-ବୋରିଗୁମା ଜାତୀୟ ରାଜପଥ ୨୬ ବଲାଙ୍ଗୀର ଦେଓଗାଁ ରାସ୍ତାର ଘୁଚିପାଲି ଛକ ନିକଟରେ ଗୁରୁବାର ଅପରାହ୍ନ ୫ଟାରେ ହୋଇଥିବା ଗାଡ଼ି ଦୁର୍ଘଟଣାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ସଇଁତଲା ଥାନାର ଲାଚୁତ ଗାଁର ସ୍ନେହଲତା ମହାନନ୍ଦ। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେସେ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଗୁରୁବାର ଦିନ ଡାକ୍ତରଖାନା ନେଉଥିବାବେଳେ ବାଟରେ ବାପା ସତ୍ୟନାରାୟଣ ବାରିକଙ୍କ ପରଲୋକ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଥିବା ଜଣାପଡିଛି।

ପ୍ରକାଶ ଥାଉକି ଗତ ଗୁରୁବାର ଦିନ ବଲାଙ୍ଗୀର ପଟରୁ ଦ୍ରୁତ ଗତିରେ ଆସୁଥିବା ଓଡି ୦୮ କ୍ୟୁ ୮୩୦୯ ମାରୁତି ସୁଇଫ୍ଟ କାର ଏକ ତେନ୍ତୁଳି ଗଛରେ ପିଟିହେବାରୁ ଗାଡ଼ିଟି ଚୁରମାର ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସଇଁତଲା ଥାନା ଅନ୍ତର୍ଗତ ଧରବଗଡ଼ ଗାଁରୁ ବଲାଙ୍ଗୀର ସହର କୁ ଶ୍ୱଶୁରଙ୍କ ଶବସଂସ୍କାର କାର୍ଯ୍ୟରେ ଯୋଗଦେବାକୁ ନିଜ ଝିଅ ଜ୍ୱାଇଁ ,ନାତୁଣୀ ଓ ସ୍ତ୍ରୀକୁ ସାଙ୍ଗରେ ନେଇ ଯାଇଥିଲେ। କିନ୍ତୁ ଫେରୁଥିବା ସମୟରେ ଘୁଚିପାଲି ଛକ ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଥିବା ଲୋକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ପଠାଇଥିଲା

ସମ୍ବନ୍ଧିତ ଖବର