ପୁଣି ଅଲୋଡ଼ା ଶିଶୁକନ୍ୟା: ଡ୍ରେନ ଭିତରୁ ମୃତଦେହ ଉଦ୍ଧାର

ବଲାଙ୍ଗୀର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ବଲାଙ୍ଗୀର ସହର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଏମ.ସି.ଏଚ କୋଠା ପଛପଟେ ଥିବା ଏକ ଡ୍ରେନ ଭିତରେ ପଡ଼ିଛି ଶିଶୁକନ୍ୟାର ମୃତଦେହ। ଏକ ପଲିଥିନ ବ୍ୟାଗ ଭିତରେ ଭର୍ତ୍ତି ହୋଇଥିବା ମୃତ ଶିଶୁଟି ଡ୍ରେନ ପାଣିରେ ଭାସୁଛି। ନବଜନ୍ମିତ ଶିଶୁକୁ ଡ୍ରେନରେ ପକାଯାଇଥିଲା ବା ମୃତଶିଶୁ ଜନ୍ମ ପରେ ଫିଙ୍ଗା ଯାଇଛି ଜଣାପଡୁନାହିଁ। ଆଗରୁ ମଧ୍ୟ ଅନେକ ଥର ହସପିଟାଲ ପରିସରରୁ ମୃତ ଶିଶୁମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ବାରମ୍ୱାର ମୃତ ଶିଶୁ ମିଳୁଥିବା ବେଳେ କୌଣସି ପ୍ରକାର ଉଚିତ ତଦନ୍ତ କରାଯାଉନାହିଁ। ଅନୈତିକ ସଂପର୍କରୁ ଶିଶୁଜନ୍ମ ପରେ କେହି ଲୋକଲଜ୍ଜାରେ ଶିଶୁଟିକୁ ଫିଙ୍ଗି ଦେଇଛି ନା ଝିଅ ଜନ୍ମ ହୋଇଛି ଭାବି ତାକୁ ଫିଙ୍ଗାଯାଇଛି, ସେ ନେଇ ତଦନ୍ତ ହେବା ଦରକାର। ଯଦି ମୃତ ଶିଶୁ ଜନ୍ମ ହୋଇଛି ତାହେଲେ ଉପଯୁକ୍ତ ସଂସ୍କାର ନକରି କଣ ପାଇଁ ଡ୍ରେନ ପାଣିରେ ଫିଙ୍ଗାଗଲା ସେଉପରେ ମଧ୍ୟ ତଦନ୍ତ କରାଯିବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକେ। ସେପଟେ ଏନେଇ ହସପିଟାଲ କର୍ତ୍ତୃପକ୍ଷ କୌଣସି ମତାମତ ଦେଉନାହାନ୍ତି ।

 

ସମ୍ବନ୍ଧିତ ଖବର