ବଲାଙ୍ଗୀର: ପୋଖରୀରୁ ଭାସୁଥିବା ଅବସ୍ଥାରେ ମିଳିଲା ୨ ଦିନ ତଳୁ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ସଦରଥାନା ଥାନା ମାଗୁରବେଡା ଫାଣ୍ଡି ଅର୍ନ୍ତଗତ ଉପରବାହାଲ ଗାଁ ପୋଖରୀରେ ଭାସୁଛି ମଣିଷ ଶବ । ଶବଟି ଗାଁର ୪୦ ବର୍ଷିୟ କଷ୍ଟ ନାଏକଙ୍କର ବୋଲି ଜଣାପଡିଛି । ଗତ ୨୩ ତାରିଖରୁ ରାତିରୁ କଷ୍ଟ ନିଖୋଜ ଥିଲେ । ଗତକାଲି ଗାଁ ପୋଖରୀ କଡରେ କଷ୍ଟଙ୍କ ଚପଲ ଥୁଆ ହୋଇଥିଲା । ତେଣୁ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ମାଗୁରବେଡା ଫାଣ୍ଡି ପୋଲିସ ଲୋଇସିଂହା ଅଗ୍ନିଶମ ବିଭାଗ ସହିତ ଗାଁରେ ପହଞ୍ଜି ଦୀର୍ଘ ସମୟ ଧରି ପୋଖରୀରେ ଖୋଜାଖୋଜି କରିଥିଲା । କିନ୍ତୁ ଶବ ଠାବ କରିପାରିନଥିଲା ।

ଆଜି ସକାଲୁ ଶବ ଭାସୁଥିଭା ଦେଖି ଗାଁ ଲୋକେ ପୁଣିଥରେ ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ଓ ବଲାଙ୍ଗୀର ଅଗ୍ନିଶମ ବାହିନୀର କର୍ମଚାରୀ ଉପରବାହାଲ ଗାଁରେ ପହଞ୍ଚି ପୋଖରୀ ଭିତରୁ ଶବକୁ ଉଦ୍ଧାର କରିଛନ୍ତି । ଶବ ଉଦ୍ଧାର ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁରେ ବେଆଇନ ଭାବେ କିଛି ଲୋକ ରନ୍ଧା ମଦ ବିକ୍ରୀ କରୁଛନ୍ତି । ରନ୍ଧା ମଦ ପିଇ ନିଶାସକ୍ତ ଅବସ୍ଥାରେ ପୋଖରୀରେ କଷ୍ଟ ନାଏକ ବୁଡି ଯାଇ ମୃତ୍ୟୁବରଣ କରିଥୁବା ପରିବାର ଏବଂ ଗାଁ ଲୋକେ ଅଭିଯୋଗ କରୁଛନ୍ତି । ବାରମ୍ୱାର ପୋଲିସ ଏବଂ ଅବକାରୀ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଆଜି ମଦ ପିଇ ଜଣକର ମୃତ୍ୟୁ ହୋଇଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ମଦ ମାଫିଆଙ୍କ ବିରୋଧରେ କଠୋର କାାର୍ଯ୍ୟାନୁଷ୍ଠାଦ ଦାବି କରି ଶବକୁ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ଗ୍ରାମବାସୀ । ମାଗୁରବେଡା ଫାଣ୍ଡି ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରୁଛନ୍ତି ।

ସମ୍ବନ୍ଧିତ ଖବର