ବୃଦ୍ଧଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଲେ!

କଣ୍ଟାବାଞ୍ଜୀ: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ମହୁଲପାଟି ଗାଁ ପାଖ ଗଞ୍ଜାଉଡାର ଗାଁ ଜଙ୍ଗଲ ପାଖ ଏକ ଗଛରେ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ଥିବା ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳିନାହିଁ। ତୁରେକେଲା ପୁଲିସ ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି। ରାତି ହେଇ ଯାଇଥିବାରୁ ଶବକୁ ଜବତ କରାଯାଇ ପାରିନଥିଲା।
ଆଜି ଶବ ଜବତ କରିବା ସହ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ କରିବେ ବୋଲି ତୁରେକେଲା ପୁଲିସ ସୂଚନା ଦେଇଛି। ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ବୃଦ୍ଧକୁ ହତ୍ୟା କରି ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି।

ସମ୍ବନ୍ଧିତ ଖବର