ବନ୍ଦୀ ଜୀବନରୁ ମୁକ୍ତି ପାଇଲେ ଦେବରାଜ ଓ ବଳଭଦ୍ର

ଗାନ୍ଧୀଙ୍କ ଜୀବନୀ ପୁସ୍ତକ ଓ ଫଟୋ ଚିତ୍ର ଉପହାର

ବଲାଙ୍ଗୀର: ଟିଟିଲାଗଡ ଏଡିଜେ ଭାଟିପଡ଼ାର ଦେବରାଜ ସାହୁଙ୍କୁ ଏକ ମାମଲାରେ ସଜା ଶୁଣାଇଥିଲେ। ସେ ୨୦୨୦ ମସିହାରେ ଜେଲରୁ ମୁକୁଳିବାର ଥିଲା। କିନ୍ତୁ ତାଙ୍କର ସୁନ୍ଦର ଆଚରଣ ଓ ବ୍ୟବହାର ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟର ସ୍ବତନ୍ତ୍ର ନିର୍ଦ୍ଦେଶ ବଳରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ବନ୍ଦୀଙ୍କୁ ମୁକ୍ତ ଯୋଜନା କରାଯାଇଥିଲା। ରାଜ୍ୟରୁ ୧୩ଜଣ ସଜା ଭୋଗୁଥିବା ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା। ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲାଙ୍ଗୀର ଜେଲରେ ଥିବା ଦେବରାଜ। ଶୁକ୍ରବାର ଜେଲର ତଥା ସୁପରିନଟେଣ୍ଡେଣ୍ଟ ସଂଜୟ ବର୍ମା ଗାନ୍ଧୀ ଫଟୋଚିତ୍ର ଦେବରାଜଙ୍କୁ ଦେଇ ମୁକ୍ତ କରିଛନ୍ତି।
ଦେବଗଡ଼: ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରରେ ଦଣ୍ତ ଭୋଗୁଥିବା ବନ୍ଦୀ ବାରକୋଟ ଥାନା ବମ୍ପରଡା ଗ୍ରାମର ବଳଭଦ୍ର ପ୍ରଧାନଙ୍କୁ ମୁକ୍ତ କରାଯାଇଥିବା ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ ଏକ ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧ ବର୍ଷ ଜେଲ୍‌ ସଜା ପାଇଥିଲେ। ଇତି ମଧ୍ୟରେ ସେ ପ୍ରାୟ ୭ ମାସ ଦଣ୍ତ ଭୋଗି ସାରିଥିବା ବେଳେ ଆଜି ତାଙ୍କୁ ମୁକ୍ତ କରାଯାଇଥିଲା। ଏହି ଅବସରରେ କାରାଗାରର ଅଧୀକ୍ଷକ ବିକାଶ ସେଠୀ ତାଙ୍କୁ ମହାତ୍ମା ଗାନ୍ଧୀଙ୍କ ଜୀବନୀ ପୁସ୍ତକ ଉପହାର ଦେବା ସହ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର