ଡନ୍‌ର ପ୍ରେମିକାଙ୍କ ଆତ୍ମହତ୍ୟା!

ବଲାଙ୍ଗୀର: ବଲାଙ୍ଗୀର କୁଖ୍ୟାତ ଜମି ଓ ଟେଣ୍ଡର ମାଫିଆ ଟିମନ କୁମ୍ଭାର ପୁଣି ଥରେ ଚର୍ଚ୍ଚାରେ। ଡନ ଟିମନର ପ୍ରେମିକା କୁହାଯାଉଥିବା ପ୍ରଜ୍ଞା ପରିମିତା ବାରିକ ବିଷକ୍ରିୟାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ପୂର୍ବରୁ ଡନ ଟିମନର ଧର୍ମପତ୍ନୀ ଟାଉନ ଥାନାରେ ପ୍ରଜ୍ଞାଙ୍କ ନାଁରେ ଏତଲା ମଧ୍ୟ ଦେଇଥିଲେ। ଏବେ ପ୍ରଜ୍ଞାଙ୍କ ମୃତ୍ୟୁ ହୋଇଛି ବୁର୍ଲା ମେଡିକାଲ କଲେଜ ହସପିଟାଲରେ।

ମିଳିଥିବା ସୂଚନା ମୁତାବକ, ପ୍ରଜ୍ଞା ଗତ ୮ ତାରିଖ ବିଷ ପିଇଥିଲେ। ତାଙ୍କୁ ଦେଖିବାକୁ ଟିମନ ମଧ୍ୟ ଯାଇଥିଲା। କିଛି ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ। ପରେ ବଲାଙ୍ଗୀର ମେଡିକାଲ କଲେଜରୁ ବୁର୍ଲା ମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଥିଲେ। ଗୁରୁବାର ସଂଧ୍ୟା ସମୟରେ ପ୍ରଜ୍ଞାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ପ୍ରଜ୍ଞା ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ। ଶୁକ୍ରବାର ପ୍ରଜ୍ଞାଙ୍କ ଶବ ବଲାଙ୍ଗୀର ଆସିବା ପରେ ସବୁ କିଛି ଜଣାପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର