ଦେଓଗାଁ: ହଳ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଦେଓଗାଁ: ବଲାଙ୍ଗୀର ଜିଲ୍ଳାରର ଦେଓଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଲରେ ହଳ କରୁଥିବା ବେଳେ ଗୋଟିଏ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ହେଲେ ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ଅତରଲା ଗାଁର ଶ୍ରୀମନ୍ତ ପ୍ରଧାନୀ। ଦେଓଗାଁ ଥାନା ଅନ୍ତର୍ଗତ ଶିବତଲା ଗାଁର ଜୈନିକ ଚାଷୀଙ୍କ ବିଲରେ ହଳ କରୁଥିବା ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା।

ବନ୍ଧପଡା ପୁଲିସ ଏହି ଘଟଣା ସଂପର୍କରେ ଅବଗତ ଥିଲେ ବି ଘଟଣାକୁ ଚାପାଇ ଦେବାକୁ ଚେଷ୍ଟା କରୁଥିବାରୁ ସଂପୃକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ମୃତ ଡ୍ରାଇଭରଙ୍କ ଶବକୁ ବ୍ୟବଚ୍ଛେଦ ନ କରି ପରିବାର ଲୋକେ ତରବରିଆ ଭାବରେ ସଂସ୍କାର କରି ଦେଇଥିବାରୁ ଘଟଣାଟି ଅଧିକ ରହସ୍ୟ ଘେରକୁ ଯାଇଛି। ଏଣୁ ପୁଲିସ ପ୍ରଶାସନ ଉପଯୁକ୍ତ ତଦନ୍ତ କରି ମୃତ୍ୟୁ ବରଣ କରିଥିବା ଟ୍ରାକ୍ଟର ଡ୍ରାଇଭରଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର