ଦେଓଗାଁ: ଜଙ୍ଗଲକୁ ଶାଳ କାଠି ଭାଙ୍ଗିବାକୁ ଯାଇଥିବା ଜଣେ ବୃଦ୍ଧାଙ୍କୁ ହାତୀ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା ଜଣାପଡ଼ିଛି। ଏନେଇ ବନ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗୀର ବନାଞ୍ଚଳ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନର ଉପରଝର-ଆଠ ଗାଁ ରାସ୍ତା ଉପରେ ଥିବା ପେଟେନ ଦୁହୁଲା ଜଙ୍ଗଲକୁ ଆଠଗାଁ ର ଜଣେ ମହିଳା ଶନିବାର ସକାଳେ ଘରୁ ବାହାର ରେଙ୍ଗାଲ ପତ୍ର ଓ ଦାନ୍ତ ଘଷିବା କାଠି ବାଙ୍ଗିବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଫେରିନ ଥିଲେ। ପରିବାର ଲୋକଙ୍କ ସହ ଗାଁ ଲୋକେ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ। ଆଜି ସକାଳୁ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ଶବ ପଡ଼ିଥିବାର ଖବର ମିଳିଥିଲା। ଉକ୍ତ ମୃତଦେହ ଆଠଗାଁର ନିଖୋଜ ବୃଦ୍ଧାଙ୍କର ବୋଲି ଚିହ୍ନଟ ହୋଇଛି। ମହିଳାଙ୍କୁ ହାତୀ କଚାଡ଼ି ଦଳି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଦାନ୍ତକାଠି ଭାଙ୍ଗିବା ବେଳେ ବୃଦ୍ଧାଙ୍କୁ କଚାଡ଼ି ଦେଲା ହାତୀ
/sambad/media/post_attachments/wp-content/uploads/2023/06/elephant-narasinghpur-603x430-5.jpg)