ଦଳିଦେଲା ଦନ୍ତା: ଜଣେ ମୃତ, ଜଣେ ଗୁରୁତର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବ୍ରାହ୍ମଣୀ ଗ୍ରାମରେ ରାତିରେ ଏକ ଦନ୍ତା ଜଣଙ୍କୁ ଦଳି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ନାମ ଯାଦବ ରଣା। ହାତୀ ପ୍ରଥମେ ତାଙ୍କ ଘର ଭାଙ୍ଗିଥିଲା। ଏହା ଦେଖି ଯାଦବ ଘରୁ ବାହାରିଥିବା ବେଳେ ତାଙ୍କୁ ଦଳି ଦେଇଥିବା ଜଣାପଡ଼ିଛି।

ସେହି ଗ୍ରାମର ଅନ୍ୟ ଜଣଙ୍କୁ ବି ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି। ଭୋରରେ ଶୌଚ କରିବାକୁ ଯାଇଥିବା ବେଳେ ଅନ୍ୟ ତରଣୀ ଭୁଏଙ୍କୁ ଆକ୍ରମଣ କରିଥିଲା। ଗୁରୁତର ତରଣୀଙ୍କୁ  ଡାକ୍ତରଖାନାକୁ ଅଣାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର