ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବଲାଙ୍ଗୀର : ବଲାଙ୍ଗୀର ଆର୍‌ଟିଓ ଅଫିସ୍‌ ଛକ ଆର୍‌ଡବ୍ଲୁ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଫିସ୍‌ରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ସହକାରୀ ଯନ୍ତ୍ରୀଙ୍କ ଅଫିସ୍‌ରେ ତାଲା ପଡ଼ିଥିବାରୁ ଚଢ଼ଉ ଟିମ ଆଉ ଏକ ତାଲା ସେଠାରେ ପକାଇ ଅଫିସ୍‌କୁ ସିଲ କରିଛି। ସହକାରୀ ଯନ୍ତ୍ରୀ ଅଶୋକ ଦ୍ୱାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଟିମ ଚଢ଼ଉ କରିଥିବା ବଲାଙ୍ଗୀର ଭିଜିଲାନ୍ସ ଅଫିସ୍‌ ସୂତ୍ରରୁ ସୂଚନା ମିଳିଛି। ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱରରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ଉ କରିଥିବା ବେଳେ ଏଠାକାର ଅଫିସରେ ମଧ୍ୟ କାଗଜପତ୍ର ଯାଞ୍ଚ କରିବାର ଥିଲା। ଅଫିସ୍‌ରେ ତାଲା ପଡ଼ିଥିବାରୁ ଭିଜିଲାନ୍ସ ଟିମ୍‌ ସିଲ କରି ଚାଲିଯାଇଥିବା ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର