ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସମ୍ମାନଜନକ ଆସନ ବଲାଙ୍ଗୀରରେ ଏଥର ଭିନ୍ନ ଫଳାଫଳ ଦେଖିବାକୁ ମିଳିପାରେ। ରାଜ ପରିବାରର ଦବଦବା ରହି ଆସିଥିବା ବଲାଙ୍ଗୀର ଲୋକସଭା ଆସନରେ ଏଥର ବିଜେପି ବାଜିମାତ୍ କରିପାରେ ବୋଲି ବୁଥ୍ ବାହୁଡା ମତ ସଂକେତ ଦେଉଛି। ବଲାଙ୍ଗୀରରେ ଭାଉଜ ଜିତିପାରନ୍ତି ଓ ଦିଅର ହାରିପାରନ୍ତି ବୋଲି ସଂକେତ ଦେଇଛି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ବିଜେଡିକୁ ବଲାଙ୍ଗୀରରେ ଲାଗିପାରେ ବଡ଼ ଝଟକା। ସେହିଭଳି ବିଜୟ ସୂଚକ ଚୌକା ମାରିପାରନ୍ତି ବିଜେପିର ସଙ୍ଗୀତା ସିଂହଦେଓ। ବଲାଙ୍ଗୀର ଲୋକସଭା ଅଧୀନରେ ଆସୁଥିବା ବିଧାନସଭା ଆସନ ଗୁଡିକରେ ମଧ୍ୟ ଚିତ୍ର ବଦଳିପାରେ ବୋଲି ଏକଜିଟ୍ ପୋଲ୍ ସଂକେତ ଦେଇଛି।
/sambad/media/post_attachments/wp-content/uploads/2019/05/BALANGIR-750x430-1.jpg)
ବଲାଙ୍ଗୀର ଲୋକସଭା ଅଧୀନରେ ଥିବା ୭ ବିଧାନସଭା ଆସନ ମଧ୍ୟରୁ ୪ଟିରେ ବିଜେଡି ବାଜିମାତ୍ କରିବାର ସମ୍ଭାବନା ରହିଥିବା ବେଳେ ବିଜେପି ଗୋଟିଏ ଆସନରେ ଉଡାଇବ ବିଜୟ ଧ୍ୱଜା। ସେହିଭଳି ୨୦୧୪ରେ ବିଜେଡି ଦଖଲରେ ଥିବା ଅନ୍ୟ ଦୁଇଟି ଆସନରେ କ୍ଲୋଜ୍ ଫାଇଟ ଦେଖିବାକୁ ମିଳିପାରେ। ଯାହା ବିଜେଡି ଶିବିରକୁ ନିରାଶ କରିବ ନିଶ୍ଚୟ।
ଏହି ବୁଥ୍ ବାହୁଡା ମତ ବିଜେପି ଓ କଂଗ୍ରେସକୁ ବଡ ଝଟକା ଦେଇପାରେ। କାରଣ ଦୁଇ ହାଇଭୋଲଟେଜ ଆସନ ପାଟଣାଗଡ ଓ ବଲାଙ୍ଗୀରରେ ପୂର୍ବ ନିର୍ବାଚନର ଫଳାଫଳ ବଦଳିପାରେ ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି। ପାଟଣାଗଡରେ ବିଜେପିର ହେଭିୱେଟ କନକ ବର୍ଦ୍ଧନ ସିଂହଦେଓଙ୍କୁ ମାତ୍ ଦେଇ ବିଜେଡିର ସରୋଜ ମେହେର ବାଜି ମାରିପାରନ୍ତି। ସେହିଭଳି ବଲାଙ୍ଗୀରରେ ଅଭିଜ୍ଞ ନରସିଂହ ମିଶ୍ରଙ୍କୁ ମଧ୍ୟ ବଡ଼ ଝଟକା ଲାଗିପାରେ। ବଲାଙ୍ଗୀରରେ ବିଜେଡ଼ି ପ୍ରାର୍ଥୀ ଅର୍କେଶ ବିଜୟ ବାନା ଉଡାଇ ପାରନ୍ତି ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି।
ତେବେ ୨୦୧୪ରେ ବିଜେଡି ଦଖଲରେ ଥିବା ଟିଟିଲାଗଡ ଓ ବୀରମହାରାଜପୁରରେ କଡା ଟକ୍କର ଦେଖିବାକୁ ମିଳିପାରେ। ବିଜେଡି ଦଖଲରେ ଥିବା ଲୋଇସିଂହାରେ ବିଜେପି ବିଜୟୀ ହେବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Balangir_Exit-Poll_MP-MLA_Thumbnail.jpg)