କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ କବ୍‌ଜାରେ ନକଲି ନୋଟ୍ ରାକେଟ; ୩୧ ଲକ୍ଷ ୨୭ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ

ଟିଟିଲାଗଡ଼: କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌କୁ ମିଳିଲା ବଡ଼ ସଫଳତା। କ୍ରାଇମ୍‌ବ୍ରାଞ୍ଚ୍‌ କବ୍‌ଜାରେ ପଡ଼ିଲା ନକଲି ନୋଟ୍ ରାକେଟ। ଟିଟଲାଗଡ ବସ ଷ୍ଟାଣ୍ଡ ନିକଟରୁ ମାଷ୍ଟର ମାଇଣ୍ଡ୍‌ ଲିଙ୍ଗରାଜ ବେହେରାକୁ ଗିରଫ କରାଯାଇଛି। ଗିରଫ ପରେ ଲିଙ୍ଗରାଜ ନିକଟରୁ ୩୧ ଲକ୍ଷ୍ୟ ୨୭ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ ହୋଇଛି। ଏଥିରେ କେବଳ ୫୦୦ ଟଙ୍କିଆ ନୋଟ୍‌ ଥିଲା ବୋଲି ସୂଚନା ରହିଛି।
ଜବତ୍ ହୋଇଥିବା ନକଲି ନୋଟ୍‌କୁ ପଶ୍ଚିମବଙ୍ଗରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡକୁ ଯାଞ୍ଚ୍ ଲାଗି ପଠାଯିବ। ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍‌ ଦ୍ଵାରା ୭୮ ଲକ୍ଷ ୭୦ ହଜାର ୬୦୦ ଟଙ୍କାର ନକଲି ନୋଟ ଜବତ୍ ହୋଇଛି।

ସମ୍ବନ୍ଧିତ ଖବର