ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଦାବକାନୀ ଗ୍ରାମରେ ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଲରମ୍ଭା ଥାନାରେ ୯ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦାବକାନୀ ଗ୍ରାମର ବୁଦ୍ଧଦେବ ପଧାନ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବୁଧବାର ରାତିରେ କଳହ ହୋଇଥିଲା। ଏହା କ୍ରମଶ ଉଗ୍ରରୂପ ନେଇଥିଲା। ବୁଦ୍ଧଦେବଙ୍କ ସମ୍ପର୍କୀୟ ଭାଇ ବଶିଷ୍ଟ ପଧାନ ପରିବାରର ୯ ଜଣଙ୍କ ସହିତ ସଂଘବଦ୍ଧ ଭାବେ ଆକ୍ରମଣ କରି ଠେଙ୍ଗା ସାହାଯ୍ୟରେ ମାଡ଼ ମାରିଥିଲେ । ଫଳରେ ବୁଦ୍ଧଦେବଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବୁଦ୍ଧଦେବଙ୍କ ବାପା ଲରମ୍ଭା ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ କେସ ନଂ ୩୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ସେହିପରି ଗୁରୁବାର ସକାଳେ ପାଟଣାଗଡ଼ ଏସଡିପିଓ ଶେଷଦେବ ବରିହା ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ତଦନ୍ତ କରିଛନ୍ତି। ଏ ସମ୍ପର୍କରେ ଏସଡିପିଓ ଶେଷଦେବ ବରିହାଙ୍କୁ ପଚରାଯିବାରୁ ଏହି ଘଟଣାରେ ୯ ଜଣଙ୍କୁ ଲରମ୍ଭା ଥାନାରେ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ପ୍ରମାଣ ମିଳିଲେ ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ।
ଦାବକାନୀରେ ପାରିବାରିକ କହଳରୁ ସଂଘବଦ୍ଧ ଆକ୍ରମଣ : ଜଣେ ମୃତ, ଲରମ୍ଭା ଥାନାରେ ୯ ଅଟକ
/sambad/media/post_attachments/wp-content/uploads/2018/05/blgr11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)