ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ମୃତକ ହେଲେ ଲରମ୍ଭା ଥାନା ଅର୍ନ୍ତଗତ ମୁଦଲସର ଗାଁର ସନ୍ତୋଷ ଜେନା(୫୫)।
ସୂଚନା ଅନୁଯାୟୀ, ସନ୍ତୋଷ ଜେନା ଋଣ କରି ଚାଷ କରିଥିଲେ। ମାତ୍ର ଫସଲ ଆଶାନୁରୂପ ହୋଇନଥିଲା। ଏଣେ ଋଣଭାର ବଢ଼ିଚାଲିଥିଲା। ଏହାକୁ ନେଇ ସେ ଚିନ୍ତାରେ ଥିଲେ। ଅବଶେଷରେ ସେ ଜୀବନ ହାରିବା ଲାଗି ନିଷ୍ପତ୍ତି ନେଇଥିଲେ। ଗତକାଲି ସେ ବିଷ ପିଇଦେଇଥିଲେ। ପରେ ପରିବାରଲୋକ ଗୁରୁତର ଅବସ୍ଥାରେ ସନ୍ତୋଷ ଜେନାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଲରମ୍ଭା ଥାନା ପକ୍ଷରୁ କୁହାଯାଇଛି ଯେ ପାରିବାରିକ କଳହ କାରଣରୁ ସନ୍ତୋଷ ଜେନା ବିଷ ପିଇଦେଇଥିଲେ।
ସୂଚନାଯୋଗ୍ୟ, ପ୍ରାୟ ମାସକ ତଳେ ପୁଇଁତଲା ଥାନା ବୁବେଲ ଗାଁରେ ମଧ୍ୟ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/bhima-bhoi-hospital.jpg)