ଦେଓଗାଁ : ଜାତୀୟ ରାଜପଥ ୨୬ ଉପରେ ଧାନ ଗାଡ଼ି ରଖି ଚାଷୀ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି।
ଡାଲୁଆ ଧାନ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହେଉଥିବା ଚାଷୀମାନେ ସୋମବାର ମଧ୍ୟାହ୍ନରେ ଜାତୀୟ ରାଜପଥ ୨୬ ଉପରେ ଟ୍ରାକ୍ଟରରେ ଆଣିଥିବା ଧାନ ଗାଡ଼ି ରଖି ରାସ୍ତା ଅବରୋଧ କରିଛନ୍ତି।
ଦେଓଗାଁ ପେକ୍ସକୁ ଆସିଥିବା ୮୧୦ କ୍ୟୁଣ୍ଟାଲ ଧାନ ବିକ୍ରି ହୋଇ ଟାର୍ଗେଟ ଶେଷ ହୋଇ ଯାଇଛି। ଟୋକନ ଆସିଥିବା ୪୫ ଜଣ ଚାଷୀଙ୍କ ଟୋକନ ଲାପ୍ସ ହେବା ଉପରେ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦେଓଗାଁ ପେକ୍ସ ରେ ୫ ହଜାର କ୍ୟୁଣ୍ଟାଲ ଧାନ ବିକ୍ରି କରିବା ପାଇଁ ୭୮ ଜଣ ଚାଷୀ ପଞ୍ଜିକରଣ କରିଥିଲେ। ଖବର ପାଇ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/farmer.png)