ପାଟଣାଗଡ଼ ବ୍ଲକ ଅଫିସରେ ଲାଗିଲା ନିଆଁ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅଫିସରେ ନିଆଁ ଲାଗିଥିବା ବେଳେ ଏଥିରେ କିଛି କାଗଜପତ୍ର ପୋଡ଼ି ଯାଇଥିବା ନେଇ ସୂଚନା ମିଳିଛି। ରାତିରେ କୌଣସି କାରଣରୁ ବ୍ଲକ ଅଫିସର ଗ୍ରାମୀଣ ବସ୍ତି ଉନ୍ନୟନ ବିଭାଗରୁ ଧୂଆଁ ବାହାରୁଥିବାର କିଛି ଲୋକ ଦେଖିଥିଲେ। ପରେ ବିଡିଓଙ୍କୁ ଏ ନେଇ ଖବର ଦେଇଥିଲେ। ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା।
ନିଆଁକୁ କାବୁ କରା ଯାଇଥିବା ଜଣାପଡ଼ିଛି। ନିଆଁ ଲିଭାଯିବା ପୂର୍ବରୁ ଉକ୍ତ କୋଠରିରେ ଥିବା କିଛି କାଗଜପତ୍ର ସହ ଏକ କମ୍ପ୍ୟୁଟର ସର୍ଟ ସର୍କିଟ ଦ୍ବାରା ପୋଡ଼ି ଯାଇଥିବା ନେଇ ସୂଚନା ମିଳିଛି। ଏ ସମ୍ପର୍କରେ ବିଡିଓ ନୀଳମାଧବ ସୁନାଙ୍କୁ ପଚରାଯିବାରୁ, କୌଣସି କାରଣରୁ ସର୍ଟସର୍କିଟ ହୋଇ କିଛି ମାତ୍ରାରେ ଧୂଆଁ ବାହାରୁଥିବା ନେଇ ଜାଣିବା ପରେ ତାକୁ ତୁରନ୍ତ ଲିଭା ଯାଇଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର