ଟିଟିଲାଗଡ଼: ବୁଧବାର ମଧ୍ୟାହ୍ନରେ ଟିଟିଲାଗଡ଼ ହାଟପଦାପଡ଼ା ନିକଟରେ ରେଳ ଫ୍ଲାଇଓଭର ପୋଲ କାମ ଚାଲିଥିବା ବେଳେ ହଠାତ ଲୁହାର ଚ୍ୟାନେଲ ମାନ ଖସି ପଡିଥିଲା। ଫଳରେ ତଳେ କାମ କରୁଥିବା ପଶ୍ଚିମବଙ୍ଗ ରାଜ୍ୟ ବାଂଶକୁଡା ଅଞ୍ଚଳର ଶ୍ରମିକ ଗଣେଶ ଦଳେଇ ଆହତ ହୋଇଥିଲେ। ତାଙ୍କୁ ସାଥୀମାନେ ତୁରନ୍ତ ଟିଟିାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଟିଟିଲାଗଡ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଆଲୋକ ନାୟକ କହିଛନ୍ତି ଯେ, ଆହତ ଶ୍ରମିକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସଂପୃକ୍ତ କଂପାନି ବହନ କରିବ। ଏଣିକି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି କହିଥିଲେ।
ଫ୍ଲାଇଓଭରରେ ଦୁର୍ଘଟଣା, ଶ୍ରମିକ ଗୁରୁତର
/sambad/media/post_attachments/wp-content/uploads/2018/08/blgr2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)