କଂଟାବାଞ୍ଜି : ବନ ବିଭାଗ ପକ୍ଷରୁ ଶନିବାର କଂଟାବାଞ୍ଜିର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର କାଠ ଜବତ କରାଯାଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି। ସକାଳ ୮ଟାରୁ ଜିଲ୍ଲାର ଦୁଇ ଏସିଏଫ, ୧୧ ରେଂଜ ଅଧିକାରୀ, ପୁଲିସ କଂଟାବାଞ୍ଜିର ଆଶ୍ରମପଡ଼ା, ୱାର୍ଡ ନମ୍ବର ୧୩ର ରଣାପଡ଼ା, ଡୁମେରଚୁଆ ରାସ୍ତାରେ ଥିବା ଘରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଜବତ କାଠର ଆନୁମାନିକ ମୂଲ୍ୟ ୪ ଲକ୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ସେଠିଆ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ।
ବନ ବିଭାଗର ଚଢାଉ, ବିପୁଳ ପରିମାଣର କାଠ ଜବତ, ୨ ଅଟକ
/sambad/media/post_attachments/wp-content/uploads/2018/01/Kantabanji-Katha-Jabat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)