ଲାଞ୍ଚ କାରବାର ଅଭିଯୋଗରେ ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବନ ବିଭାଗ ରେଞ୍ଜ ଅଧୀନରେ ଥିବା ଲରମ୍ଭା ଫରେଷ୍ଟର ଭଗବତ ଦାଶ ଓ ଫରେଷ୍ଟ ଗାର୍ଡ ଗୋପାଳ କ୍ରୁଷ୍ଣ ଗଡତିଆଙ୍କୁ ବଲାଙ୍ଗୀର ଡିଏଫଓ ନିଲମ୍ବିତ କରିଥିବା ଜଣାପଡ଼ିଛି। ଲାଞ୍ଚ କାରବାର ନେଇ ଏକ ଅଡିଓ ଟେପ୍ ଭାଇରାଲ ହୋଇଥିଲା। ସେମାନଙ୍କୁ ୨୧ ତାରିଖ ଅପରାହ୍ଣରେ ସେମାନଙ୍କୁ ଲାଞ୍ଚ କାରବାରରେ ଜଡ଼ିତ ଥିବା ଦର୍ଶାଇ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର