ବଲାଙ୍ଗୀରରୁ ଗଞ୍ଜେଇ ଜବତ, ୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀରର ଏକ ହୋଟେଲରେ ରହିଥିବା କିଛି ଲୋକଙ୍କ ଗତିବିଧି ଉପରେ ସନ୍ଦେହ କରିଥିଲା ଟାଉନ୍‌ ଥାନା ପୁଲିସ। ମଙ୍ଗଳବାର ଅପରାହ୍ନରେ ଚଢଉ କରିବା ବେଳେ ସେମାନଙ୍କ ନିକଟରୁ ୩କେଜି ୧୩୪ ଗ୍ରାମ ଗଂଜେଇ ଜବତ କରାଯାଇଥିଲା। ସନ୍ଦିଗ୍ଧ ଲୋକେ ହୋଟେଲରେ ଥିଲେ ବି ଗଂଜେଇକୁ ପାର୍କିଂରେ ରଖିଥିବା ଓଆର ୦୨ଏଏମ୍‌ ୩୮୩୯ ନମ୍ବର ଗାଡିରେ ରଖିଥିଲେ। ଭାରପ୍ରାପ୍ତ ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ, ଆଇଆଇସି ଗୋକୁଳାନନ୍ଦ ସାହୁଙ୍କ ନେତୃତ୍ୱରେ ୪ଜଣଙ୍କୁ ଗଂଜେଇ ମାମଲାରେ ଗିରଫ କରାଯାଇଛି। ସେମାନେ ହେଲେ ରାମପ୍ରସାଦ ସିଂ, ସୁରେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ଟଣ୍ଡନ, ନରେନ୍ଦ୍ର ଜାଙ୍ଗଡେ।

ସମ୍ବନ୍ଧିତ ଖବର