ବଲାଙ୍ଗୀର: ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଛି ଏକ ଗଞ୍ଜେଇ ବୋଝେଇ କାର୍ । ଏଭଳି ଏକ ଖବର ଆଜି ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁରୁଲରୁ ଭାଲେର୍ ଯାଇଥିବା ବାଏପାସ୍ ରାସ୍ତାରେ ପୋଖରୀ ଭିତରକୁ ଏକ ମାରୁତି ସୁଜୁକି କାର୍ (ଓଡି ୨୫୯୦୯୯) ପଶି ଯାଇ ପାଣି ଭିତରେ ଭାସୁଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୁଇଁତଲା ଥାନା ଆଇଆଇସି ଶୁଭରାଜ ଧରୁଆ ନିଜ ପୁଲିସ ଟିମ୍ ସହ ସଦଳବଳେ ଉପସ୍ଥିତ ରହିଛନ୍ତି।
ଏହି ଗାଡ଼ିଟି କେମିତି ପୋଖରୀ ଭିତରକୁ ପଶିଲା, ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି ନା ଅନ୍ୟ କିଛି କାରଣ ରହିଛି, ଏଭଳି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଠି ହୋଇଛି । ଅନ୍ୟପଟେ କାର୍ରେ ବସିଥିବା ଆରୋହୀମାନେ ଫେରାର୍ ହୋଇଯାଇଛନ୍ତି। ଗାଡ଼ିରେ ଗଞ୍ଜେଇ ବୋଝେଇ ହୋଇଛି। ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ ହୋଇ ପୋଖରୀ ଭିତରକୁ ପଶି ଯାଇଛି। ପୁଇଁତଲା ଥାନା ପୁଲିସ କ୍ରେନ୍ ସାହାଯ୍ୟରେ କାର୍ଟିକୁ ଉଦ୍ଧାର କରିଛି। ଗାଡ଼ି ଭିତରୁ ୩୦ କେଜି ଗଞ୍ଜେଇ ଉଦ୍ଧାର କରିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/21-17-750x430-1.jpg)