ଜାମିନ୍‌ରେ ଆସିବା ପରେ ମା’ଙ୍କ ଆତ୍ମାର ଶାନ୍ତି ପାଇଁ ପୁଞ୍ଜିଲାଲ ଘରେ କଲେ ଗାୟତ୍ରୀ ପୂଜା

ବଲାଙ୍ଗୀର: ବଲାଙ୍ଗୀର ଜେଲରୁ ୪ ଦିନର ଜାମିନ୍‌ ନେଇ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗତ ଜାନୁଆରି ୨୪ରେ ବାହାରିଛନ୍ତି। ଜେଲରୁ ବାହାରିବା ପରେ ପୁଞ୍ଜିଲାଲ ମେହେର ମା’ଙ୍କ ଆତ୍ମାର ଶାନ୍ତି ପାଇଁ ଘରେ ଏକ ଗାୟତ୍ରୀ ପୂଜାର ଆୟୋଜନ କରିଥିଲେ।

ପୁଞ୍ଜିଲାଲ ମେହେରଙ୍କ ଘରେ ଗାୟତ୍ରୀ ପୂଜା କରିଥିବା ବ୍ରାହ୍ମଣ ଜଣକ କହନ୍ତି, ‘କିଛିଦିନ ପୂର୍ବେ ପୁଞ୍ଜିଲାଲ ମା’ଙ୍କ ଦେହାନ୍ତ ହୋଇଯାଇଥିଲା। ମା’ଙ୍କ ଆତ୍ମାର ସଦଗତି ପାଇଁ ପୁଞ୍ଜିଲାଲ ଓ ତାଙ୍କ ପରିବାର ଘରେ ଏକ ଗାୟତ୍ରୀ ପୂଜା କରିବାର ଇଚ୍ଛା ରଖିଥିବା କହି ମୋତେ ଅନୁରୋଧ କରିଥିଲେ। ତେଣୁ ମୁଁ ତାଙ୍କ ଅନୁରୋଧ ରକ୍ଷା କରି ଘରେ ଏହି ପୂଜା କରିଛି। ପୂଜାରେ ପୁଞ୍ଜିଲାଲ ଓ ତାଙ୍କ ପତ୍ନୀ ବସିଥିଲେ।’

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟଅଭିଯୁକ୍ତ ହେଉଛନ୍ତି ପୁଞ୍ଜିଲାଲ । ଆପଣ ଜାଣନ୍ତି ? ଏ ପ୍ରଶ୍ନର ଉତ୍ତରରେ ଗାୟତ୍ରୀ ପୂଜାରି କହନ୍ତି, ‘ପୁଞ୍ଜିଲାଲଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମୋର କିଛି କହିବାର ନାହିଁ । ମୁଁ କେବଳ ଏଠାକୁ ପୂଜା କରିବା ପାଇଁ ଆସିଥିଲି।’

ସୂଚନାଯୋଗ୍ୟ, ପୁଞ୍ଜିଲାଲଙ୍କୁ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ହାଇକୋର୍ଟ ଜାମିନ ଦେଇଛନ୍ତି । ଜାନୁଆରି ୨୪ ତାରିଖରେ ପୁଞ୍ଜିଲାଲ ଜାମିନ୍‌ରେ ଆସିଥିବା ବେଳେ ଆସନ୍ତାକାଲି ଜାନୁଆରି ୨୮ ତାରିଖ ଦିନ ୧୧ଟା ମଧ୍ୟରେ ପୁଣି ଥରେ ସେ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର